ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବିଶ୍ୱ ମାନବାଧିକାର ଦିବସ 2025” ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ଵମାନବାଧିକାର ଦିବସ ଅବସରରେ ୱେବ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ”, ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ, ବାଗ୍ନୀ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ରେ ସ୍ଥାନୀୟ ଖାରବେଳନଗର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ, ଅଧିବକ୍ତା, ମାନବବାଦର ସୁରକ୍ଷାକର୍ମୀ ପରିବେଶ ସଚେତନତା ଧର୍ମୀ ସାରସ୍ୱତ ପ୍ରତିଭାଧାରୀ ତଥା ଦୀର୍ଘବର୍ଷ ଧରି ସାମାଜିକ କାର୍ଯ୍ୟକ୍ରମ କରିଆସୁଥିବା ଡ଼ଃ ଲିଙ୍ଗରାଜ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଶତପଥୀ ମାନପତ୍ର, ଉତ୍ତରୀୟ, ପୁସ୍ତକ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା କରିଥିଲେ l ଶ୍ରୀଯୁକ୍ତ ସାହୁଙ୍କ ସମର୍ପିତ ସେବା କାର୍ଯ୍ୟ ଆଗାମୀ ପୀଢ଼ିର ମାର୍ଗଦର୍ଶନ କରିବ ବୋଲି ଶ୍ରୀଯୁକ୍ତ ଶତପଥୀ କହିଥିଲେ l ଏହା ସହିତ ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା, ମାନବବାଦ ସହିତ ସମସ୍ତେ ମା, ମାଟି, ମାତୃଭାଷା ପାଇଁ ନିଜନିଜ ସ୍ତରରେ ଯୋଗଦାନ ଦିଅନ୍ତୁ ବୋଲି ବକ୍ତବ୍ୟରେ କହିଥିଲେ l କାର୍ଯ୍ୟକ୍ରମକୁ ସମାଜସେବୀ ସୀତାଂଶୁ ଶେଖର ମହାରଣା, ରମେଶ ପରିଡା ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page