“ଉଦ୍ୟୋଗର ବିକାଶ ଓଡ଼ିଶାର ବିକାଶ”ଶୀର୍ଷକ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଉଦ୍ୟୋଗର ବିକାଶ-ଓଡ଼ିଶାର ବିକାଶ ଶୀର୍ଷକ ଆଲୋଚନାଚକ୍ର ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଉଦ୍ୟୋଗୀ ମନରେ ଦୃଢ଼ ସଂକଳ୍ପ ନେବା ସହିତ ତାହାକୁ ବାସ୍ତବ କ୍ଷେତ୍ରରେ ରୂପାୟନ କରିବା, ଶିକ୍ଷା ସହିତ ନିୟମିତ ଅଭ୍ୟାସ ଜାରୀ ରଖିଲେ ଜଣେ ଶ୍ରେଷ୍ଠ ଉଦ୍ୟୋଗୀ ହୋଇପାରିବେ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିବା ସହିତ ଉଦ୍ୟୋଗୀଙ୍କ ସୁରକ୍ଷା, ସମୃଦ୍ଧି, ସମ୍ମାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିପାଇଁ ଉଦ୍ୟୋଗୀଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଜେ.ଏସ୍.ଜେ. ପରିଚାଳନା ନିଦେ୍ର୍ଦଶକ ଶ୍ରୀକାନ୍ତ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଅରଚିଡ଼ ବାଇଓଟେକ ନିଦେ୍ର୍ଦଶକ କିଶୋର କୁମାର ସୁତାର, ଡିଜିଟାଲ ମାର୍କେଟିଙ୍ଗ ମୁଖ୍ୟ ସତ୍ୟଜିତ ପରିଜା ଯୋଗ ଦେଇ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା ଓ କିପରି ତାହାକୁ ପ୍ରତିହତ କରି ଆଗକୁ ଯାଇପାରିବେ ତାହା ଉପରେ ଆଲୋକପାତ କରିବା ସହିତ ବିଭିନ୍ନ ପ୍ରୋଜେକ୍ଟ ଦ୍ୱାରା ଉପକୃତ ହେବା ନେଇ କହିଥିଲେ । ସଙ୍ଗଠିତ ଭାବରେ ରହିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ବୁଝିବା ସହ ନିଜ ଉପରେ ଭରଷା, ବିଶ୍ୱାସ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ସୁତାର ନିଜ ସଫଳ କାହାଣୀ କହିଥିଲେ । ଏହି ଅବସରରେ ପ୍ରାଉଡ ପରଚେଜର ଭାବେ ଧିରେନ ଶଙ୍କର ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସିଇଓ ଦିଲେଶ୍ୱର ପ୍ରଧାନ, ନୀଳକଣ୍ଠ ନାୟକ, ବିଜୟ ସାହୁ, ଅମୀୟ ମିଶ୍ର, ବି.ପି. ସିଂ ପ୍ରମୁଖ ନିଜନିଜ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ମହାରଣା ପରିଚାଳନା କରିଥିଲେ । ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀମାନେ ନିଜନିଜ ବକ୍ତବ୍ୟ ରଖିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page