ଉଷୁ କ୍ରିଡ଼ା ବିଜୟିନୀଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଲିଗ ଉଷୁ କ୍ରିଡ଼ାରେ ସୁହାନୀ ଗୁରୁହାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ସବ-ଜୁନିଅର ତଥା ଜୁନିଅର ସ୍ତରରେ ଅନୁଷ୍ଠିତ ହେଇଥିବା କ୍ରିଡ଼ାରେ ବଲାଙ୍ଗିରର ର ଏହି ଖେଳାଳି ବ୍ରୋଞ୍ଜ ଜିତିଥିଲେ । ସବ-ଜୁନିଅର ସ୍ତରରେ ୩୦ କେଜି ବର୍ଗରେ ସେ ଏହି ପୁରସ୍କାର ଜିତିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସୁହାନୀ ଗୁରୁହାଣ୍ଡିଙ୍କୁ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗିର ର ନାମ ଆଗକୁ ନେଉଥିବାରୁ ଧନ୍ୟବାଦ ଜଣାଇଥିଲେ । ସମସ୍ତ ଦିଗରେ ନିଜର ଶତପ୍ରତିଶତ ଦେବାକୁ ତଥା ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବାରୁ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବେ ବୋଲି କହିଥିଲେ । କୃତି ଖେଳାଳି ମଧ୍ୟ ଖୁସି ବ୍ୟକ୍ତ କରିବା ସହ କ୍ରିଡ଼ା କ୍ଷେତ୍ରରେ ଉନ୍ନତ ମନନିବେଶ କରିବାକୁ ଏହି ସମ୍ବର୍ଦ୍ଧନା ପ୍ରେରଣା ଦେବ ବୋଲି କହିଥିଲେ । ଏହି ସଭାରେ ପିତା ତଥା କୋଚ ଯୁଧିଷ୍ଠିର ଗୁରୁହାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ସୁହାନି ଖେଲୋ ଇଣ୍ଡିଆ ୟୁଥ ଗେମ ୨୦୨୩ରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page