ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ

ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି l ସେମାନେ ହେଲେ ସିଫା ଗଜପତି ନଗରର ଯଯାତି କିଶୋର ରାଉତଙ୍କ ପତ୍ନୀ ରିତାଞ୍ଜଳି ରାଉତ ଓ ସନ୍ତୋଷ କୁମାର ସାହୁଙ୍କ ପତ୍ନୀ ବବିଲତା ସାହୁ ଏବଂ ରାଜସ୍ଥାନର ରୋନକ l ଆହତ ଛାତ୍ର ହେଲେ ଝାଡ଼ଖଣ୍ଡ ରାଜ୍ୟର ହିମାଂଶୁ l ସେ କିମ୍ସ ମେଡିକାଲ ଛାତ୍ର ଓ ରୋନକ କିଟ କଲେଜର ବିଟେକ ଛାତ୍ର ବୋଲି ଜଣାପଡିଥିବା ବେଳେ ରିତାଞ୍ଜଳି ବାଲିଅନ୍ତା ବ୍ଲକ ଝିଣ୍ଟିଶାସନ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବି ନାରାୟଣ ପାତ୍ରଙ୍କ ଝିଅ l ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରିଥିବା ବେଳେ ସମସ୍ତ ମୃତାହତଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଆହତଙ୍କୁ ଚିକିଶ୍ଚିତ କରିଛନ୍ତି l

ଖବରନେବାରେ ଜଣାପଡିଛି ପ୍ରତିଦିନ ଭଳି ଆଜି ରିତାଞ୍ଜଳି ଓ ବବିଲତା ଘରୁ ଭୁବନେଶ୍ୱର-ପୁରୀ ରାଜପଥ ପାର୍ଶ୍ୱରେ ପ୍ରାତଃଭ୍ରମଣ କରୁଥିଲେ l ସକାଳ ପ୍ରାୟ ସାଢେ ୫ ଟାରେ ଭୁବନେଶ୍ୱରରୁ ପୁରୀକୁ ଯାଉଥିବା ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥିଲା l କାରଟି ସେମାନଙ୍କୁ ଧକ୍କା ଦେବାପରେ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ନୟନଯୋରୀ ଖସିପଡିଥିଲା l ଫଳରେ ୨ ମହିଳା ଛିଟିକି ପଡ଼ିଥିବା ବେଳେ କାର ଚଲାଉଥିବା ରୋନକ କାର ଭିତରେ ଚାପି ହୋଇଯାଇଥିଲେ l ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଜଣେ ମହିଳାଙ୍କ ଶରୀରରୁ ପିଚା ଅଲଗା ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ଘଟଣାସ୍ଥଳରେ ହିଁ ରିତାଞ୍ଜଳୀ, ବବିଲତା ଓ ରୋନକଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଂଶୁ ଗୁରୁତର ଆହତ ହୋଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page