ଭୂବନ: ଓଡ଼ିଶ ଗ୍ରାମପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିବାବେଳେ ସ୍କୁଲ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତେଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ଦିବସରେ ସକାଳୁ ସ୍କୁଲ୍ ପରିସରରେ ଜାତୀୟ ସଂଗୀତ ଗାନ କରାଯାଇ ପତାକା ଉତ୍ତୋଳନ କରାଯାଇଥିବାବେଳେ ଗ୍ରାମରେ ପ୍ରଭାତ ଫେରି କରାଯାଇଥିବା ଦେଖିବାକୁ ମିଳିଥିଲା। ଅତିଥି ଭାବେ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ,

ବିଦ୍ୟାଳୟର ପ୍ରେସିଡେଣ୍ଟ୍ ବିମଳ କୁମାର ରଣାଙ୍କ ସହ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସାହୁ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସର ମହତ୍ୱ ଉପରେ ନିଜ ନିଜର ମତବ୍ୟକ୍ତ ରଖିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ପିଲାମାନଙ୍କ ମଧ୍ୟରେ ମିଷ୍ଠାନ୍ନ ବଂଟନ କରାଯାଇଥିବା ଦେଖିବାକୁ ମିଳିଥିଲା।