ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଧୂମଧାମରେ ପାଳନ କରାଯାଇଛି ଦୋଳମେଳଣ ଉସôବ ସହ ପଂଚକୁଣ୍ଡୀୟ ମହାଯଜ୍ଞ । ଦୋଳପୂର୍ଣ୍ଣିମା ଅବସରରେ ଓଡ଼ିଶ ଗ୍ରାମର ମଧ୍ୟ ଭାଗରେ ଅନୁଷ୍ଠିତ ହୋଇଯାଇଛି ତ୍ରିଦିବସୀୟ ପଂଚକୁଣ୍ଡୀୟ ମହାଯଜ୍ଞ । ରଙ୍ଗର ପର୍ବ ହୋଲି ଓ ଦୋଳମେଳଣ ସହ ଏହି ମହାଯଜ୍ଞରେ ସାମିଲ ହୋଇଥିଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ । ମହାଯଜ୍ଞରେ ପ୍ରତିଦିନ ପୂଜାପାଠ କରାଯିବା ସହ

ନାମସଂକୀର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପଂଚକୁଣ୍ଡୀୟ ମହାଯଜ୍ଞଟି ଗ୍ରାମର ପଣ୍ଡିତ ଦେବଶର୍ମା ଶ୍ରୀଧର ଶତପଥୀଙ୍କ ପୌରହିତ୍ୟରେ ଆୟୋଜନ ହୋଇଥିବାବେଳେ ଗ୍ରାମର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ ଏବଂ ଗ୍ରାମକୁ ଉସôବ ମୁଖର କରିଥିଲେ । ଏହି ଅବସରରେ ଠାକୁର ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯିବା ସହ ଦୋଳବିମାନରେ ନଗର ପରିକ୍ରମା କରାଯାଇଥିଲା । ନଗର ପରିକ୍ରମାରେ ଅନ୍ୟ ୫ଟି ଗ୍ରାମରୁ ମଧ୍ୟ ଦୋଳବିମାନ ଯାତ୍ରା ସହ ଆସି ଯୋଗଦେଇଥିଲେ ଏବଂ ଏହା ଏକ ନିଆରା ମନୋରମ ପରିବେଶ ସୃଷ୍ଟି ହେବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ଏଭଳି ଯଜ୍ଞ ଓ ଦୋଳମେଳଣ ଉସôବ ଆଗକୁ ଖୁବ୍ ସୁନ୍ଦର ଭାବେ ଚାଲୁ ରହିବ ବୋଲି

ମହାଯଜ୍ଞର ପୌରହିତ୍ୟ କରିଥିବା ପଣ୍ଡିତ ଦେବର୍ଶମା ଶ୍ରୀଧର ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଉସôବ ତଥା ମହାଯଜ୍ଞ ମାଧ୍ୟମରେ ଗ୍ରାମ ଗ୍ରାମ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇପାରିବ ବୋଲି ମଧ୍ୟ ପଣ୍ଡିତ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି । ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page