ଓଡ଼ିଶ ଗ୍ରାମରେ ପାଳିତ ହୋଇଯାଇଛି ପ୍ରଭୁ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଧୁନି ଉତ୍ସବ। ଏହି ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଉତ୍ସବ ପ୍ରତିବର୍ଷ ପାଳିତ ହୋଇଆସୁଥିବାବେଳେ ଚଳିତବର୍ଷ ମଧ୍ୟ ଆନନ୍ଦ ଉଲ୍ଲାସ ଓ ଭକ୍ତିର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଭଗବାନ ଶୂନ୍ୟସ୍ୱରୂପ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ପୂଜାର୍ଚ୍ଚନା ସହ ଧୂନିସ୍ଥାପନ କରାଯାଇ ନାମ

କୀର୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମର ହରିଜନ ସାହିରେ ଏହି ଧୂନି ଉସôବ ଅନୁଷ୍ଠିତ ହୋଇଥିବାବେଳେ ସାହିର ସମସ୍ତ ଭକ୍ତଜନ ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଏହି ଉସôବକୁ ସାହିର କାହ୍ନୁଚରଣ ପାତ୍ର, ହୃଦାନନ୍ଦ ପାତ୍ର ଏବଂ ଅନ୍ୟାନ୍ୟ ସାହିବୃନ୍ଦ ତଥା ସଦସ୍ୟମାନେ ଆୟୋଜନ କରିଥିଲେ । ଏହି ଉସôବ ପାଳନ ଅବସରରେ ସାହିରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଧୂନି ଉତ୍ସବକୁ ଆହୁରି ଆଡମ୍ବର ସହକାରେ ପାଳନ କରିବାକୁ ସଦସ୍ୟମାନେ ଗଣମାଧ୍ୟମକୁ କହିଛନ୍ତି । ଏହାମାଧ୍ୟମରେ ସାହିରେ ଭାଇଚାରା ର ବାତାବରଣ ସୃଷ୍ଟିହେବା ସହ ଏକ ଶାନ୍ତ ପରିବେଶ ସୃଷ୍ଟି ହୋଇପାରିଥାଏ ବୋଲି ମଧ୍ୟ କହିଛନ୍ତି ଏହାର ସଦସ୍ୟମାନେ । ରିପୋର୍ଟ – ବିମଳ କୁମାର ରଣା