ଓଡିଶା ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ବିପି ସିଂଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ଭୁବନେଶ୍ୱର ତା 26 ରିଖ l ଓଡିଶା ଉଦ୍ୟୋଗୀ ପରିବାର ୫ମ ବାର୍ଷିକ ସମାରୋହ ତଥା ସମ୍ବର୍ଦ୍ଧନା ଏବଂ ଆଲୋଚନା ସଭା କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ସ୍ୱସ୍ତି ଠାରେ ଅନୁଷ୍ଠିତ ହୋଇ ଯାଇଛି l ବିଜେପି ଆଇ ଟି ସେଲ ମୁଖ୍ୟ ଜ୍ୟୋତି ରଞ୍ଜନ ନାୟକ ଓ ଉଦ୍ୟୋଗୀ ପରିବାର ର ସଭାପତି  ଶିବ  ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ସଭାପତିତ୍ବ ତଥା ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ   କାର୍ଯ୍ୟକ୍ରମ  ଉଦଘାଟନ ହେବା ସହିତ ଉଦ୍ୟୋଗ ଓ ଉଦ୍ୟମୀ ସନ୍ଦର୍ଭ ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟରେ ଯେପରି ଯୁବ ଶକ୍ତି ଉଦ୍ୟମୀ  ମନୋଭାବ ନେଇ ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା କରି ଚାଲିଛନ୍ତି l ଓଡିଶା ରେ ମଧ୍ୟ ସେହିପରି ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବାର ସଂକଳ୍ପ ନେଇ ଓଡିଶା ଉଦ୍ୟୋଗୀ ପରିବାର ରାଜ୍ୟରେ ଯୁବ ପିଢୀଙ୍କୁ ଉଦ୍ୟୋଗ ପ୍ରତି ଆକର୍ଷିତ କରିବା ସହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ  ଭିତ୍ତିଭୂମି, ସମ୍ବଳ, ଜ୍ଞାନ କୌଶଳ ଓ ବଜାର ଯୋଗାଇବା ଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି କରି ଆସୁଛି l ଓଡିଶା ର ଉଦ୍ୟୋଗୀ ମାନଙ୍କ ସମ୍ମାନ ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ଆସିଛି l  ଘରେ ଘରେ ଉଦ୍ୟୋଗ ସୃଷ୍ଟି ପାଇଁ ଏକ ଉଦ୍ୟୋଗୀ ବନ୍ଧୁ ବାତାବରଣ ସୃଷ୍ଟି ସହ ଏହି କ୍ଷେତ୍ରରେ ଆସୁଥିବା ବାଧାବିଘ୍ନ କୁ ସମୁଖୀନ ସହ ସମାଧାନ ପାଇଁ ସଂକଳ୍ପ ନେଇଛି ଉଦ୍ୟୋଗୀ ପରିବାର l ଏଥି ସହିତ ବର୍ତମାନ ଉଦ୍ୟୋଗୀ ମାନଙ୍କୁ ଜମି ଗ୍ରହଣ ଠାରୁ ଉତ୍ପାଦ ବିକ୍ରୀ କରି ସଶକ୍ତ ହେଵା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସମାଧାନ ଓ ପ୍ରୋତ୍ସାହନ କ୍ଷେତ୍ରରେ ଥିବା ସରକାରୀ ସୁବିଧା ସହ ସଂଗଠନର ନିଜସ୍ୱ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l

ଓଡିଶା ଉଦ୍ୟୋଗୀ ପରିବାର ର ବାର୍ଷିକ ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଉକ୍ତ ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ  ସଫଳ ଉଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ରେ “ଉପଦେଷ୍ଟା ଓ ବିଶେଷଜ୍ଞଙ୍କ ମାଧ୍ୟମରେ ଉଦ୍ୟୋଗର ସଶକ୍ତିକରଣ ଏବଂ ଭବିଷ୍ୟତର ସ୍ଥାୟୀତ୍ୱ ” ଶୀର୍ଷକ ଆଲୋଚନାରେ ଜାଭିଅର ୟୁନିଭରସିଟିର ପ୍ରଫେସର ଡ଼ଃ ଡି ୱାୟୀ ରାମନା, ଡିଜିଏମ ସିଡବି ଡ଼ଃ ପ୍ରଦ୍ୟୁମ୍ନ ଚୌଧୁରୀ, ଜ୍ୟୋତିଷ ଶାସ୍ତ୍ର ଅର୍ଥନୀତି ଓ କୃତ୍ରିମ ବୁଦ୍ଧିମତା ବିଶେଷଜ୍ଞ ଡ଼ଃ  ବ୍ରହ୍ମଚାରୀ, ଲେଖିକା ସୁନିତ ମୁଣ୍ଡ, ମହିଳା ସଶକ୍ତିକରଣ ନେତୃତ୍ୱ ପରିଚୟ ଫାଉଣ୍ଡେସନ ସଭାପତି ଡ଼ଃ ରୋଜାଲିନ ପାଟଶାଣୀ, ମହିଳା ଅଧିକାର ଅଭିଯାନ ଆବାହିକା ଡ଼ଃ ରୀନା  ରାଉତରାୟ,ସ୍ୱାଭିମାନ ଓଡିଶା ର ଅଧ୍ୟକ୍ଷ ସଦାଶିବ ମିଶ୍ର, ପ୍ରଦ୍ୟୁମ୍ନ ଚୌଧୁରୀ, ଅତିଥି ବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରିୟ ଦର୍ଶୀ ମିଶ୍ର ପ୍ରମୁଖ ବିଶେଷଜ୍ଞ ଓ ସଂସାଧନ ବ୍ୟକ୍ତିତ୍ୱ ମାନେ  ଉଦ୍ୟୋଗ ବିକାଶ କ୍ଷେତ୍ରରେ ତାଙ୍କର ଉପଯୋଗୀ ମନ୍ତବ୍ୟ ପ୍ରଦାନ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ଅନେକ ଯୁବଉଦ୍ୟୋଗୀ ଯୋଗ ଦେଇଥିଲେ l ଏ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର ଭୁପେନ୍ଦ୍ର ପ୍ରତାପ ସିଂ, ସର୍ବାଧିକ ଉଦ୍ୟୋଗ ବଜାର ସହଯୋଗୀ ପୁରସ୍କାର ଅଭିଜିତ ପଣ୍ଡା, ବିଷ୍ଣୁ ମହାରଣା ଙ୍କୁ ସର୍ବାଧିକ ପ୍ରୋତ୍ସାହନ କାରି ପୁରସ୍କାର ପ୍ରଦାନ ସହ ରମେଶ ଚନ୍ଦ୍ର ସାହୁ, ଭବାନନ୍ଦ ଦାସ, ଅର୍ଜୁନ ମହାରଣା, ସୀତାଂଶୁ ଶେଖର ମହାରଣା,ସରୋଜ ପାତ୍ର, ଲମ୍ବୋଦର ମହାରଣା ପ୍ରମୁଖ 15 ଜଣ ବିଶିଷ୍ଟ ଉଦ୍ୟୋଗୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା l  ଅନ୍ୟ ରାଜ୍ୟକୁ ରୋଜଗାର ଅନ୍ୱେଷଣ ରେ ନଯାଇ ରାଜ୍ୟରେ ଥୁବା ସମ୍ବଳ ଓ ସୁଯୋଗ ନେଇ ଉଦ୍ୟୋଗୀ ହେଵା ପାଇଁ ଆଗାମୀ ଯୁବପିଢୀଙ୍କୁ ଦିଗଦର୍ଶନ ଦେବ l କାର୍ଯ୍ୟକ୍ରମ କୁ ସୀତାଂଶୁ ଶେଖର ମହାରଣା, ମନୋରଞ୍ଜନ ବାରିକ ପ୍ରମୁଖ  ଉଦ୍ୟୋଗୀ ପରିବାର ସଦସ୍ୟ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page