କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟର ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲ୍ଲା କୋର୍ଟକୁ ବି ମିଳିଛି ବୋମା ଧମକ।କଳାହାଣ୍ଡି ଜିଲ୍ଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଏସ ପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି ।
ପ୍ରକାଶଥାଉକି, ଆଜି ଏକାଥରେ ରାଜ୍ୟର ତିନୋଟି କୋର୍ଟକୁ ବୋମା ଧମକ ଆସିଛି । ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଇ-ମେଲରେ ବୋମା ଧମକ ଆସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ସେହିପରି ପୁରୀ କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଛି । ଜନୈକ ସନ୍ଦିଗ୍ଧ ଜିଲା ଦୌରାଜଜଙ୍କୁ ଇମେଲ୍ କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି