କଳାହାଣ୍ଡି ଜିଲ୍ଲାରେ ମତ୍ସ୍ୟ ବିଭାଗ ସହାୟତାରେ ମତ୍ସ୍ୟ ହବ କରିବା ଦିଗରେ ପ୍ରୟାସ

କଳାହାଣ୍ଡି, ୨୧/୦୩: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ଭବାନୀପାଟଣା ସ୍ଥିତ ଆର ଆର ଟି ଟି ଏସ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ, ଦାପ୍ତା ଓ ରିଲାଏନ୍ସ ଫାଉଣ୍ଡେସନ ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ମତ୍ସ୍ୟ ବିଭାଗ ଜିଲ୍ଲା ଅଧିକାରୀ ସୁଶ୍ରୀ ଦ୍ରୋପଦୀ ମାଝୀ, ଯୋଜନା ଅଧିକାରୀ ସୁଶ୍ରୀ ପ୍ରଶାନ୍ତି ନାୟକ, ବିରଞ୍ଚି ନାରାୟଣ ରାଉତ ସହ ମତ୍ସ୍ୟ ଅଧିକାରୀ, ଦେବେନ୍ଦ୍ର କୁମାର ପଟେଲ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ରିଲାଏନ୍ସ ଫାଉଣ୍ଡେସନ କଳାହାଣ୍ଡି, ସୁଶୀଲ କୁମାର ବେହେରା, ଏସ ଟି ଟି, ଡିଆର୍ ଆଇ ଡବ୍ଲୁ ଇ ଓଡିଶା ଉପସ୍ଥିତ ଥିଲେ। ମତ୍ସ୍ୟ ହବ କରିବା ଦିଗରେ ପ୍ରୟାସକୁ ସଫଳ କରିବାକୁ ମତ୍ସ୍ୟ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ତତ୍ୱାବଧାନ କରିବା ଓ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ ମତ୍ସ୍ୟ ସଖୀ ନିୟୋଜନ କରିବା ଦିଗରେ ପଦକ୍ଷେପ ଯାଇଥିଲା । ପଚାଶରୁ ଉର୍ଦ୍ଧ ମତ୍ସସଖୀଙ୍କୁ ବିଭିନ୍ନ ଗୁଣାତ୍ମକ ମତ୍ସ ଚାଷ ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଦକ୍ଷତା ବୃଦ୍ଧି କରାଯାଇଥିଲା ।ମିଶ୍ରିତ ମାଛ ଚାଷ ସଂପର୍କୀୟ ପୁସ୍ତିକା ଦ୍ରୋପଦୀ ମାଝୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ଉପସ୍ଥିତ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରଯାଇଥିଲା। ବିରଞ୍ଚି ରାଉତ ଅବସରପ୍ରାପ୍ତ ସହ ମତ୍ସ୍ୟ ଅଧିକାରୀ ମାଛ ଚାଷ ପାଇଁ ପୋଖରୀ ଚୟନ, ପ୍ରସ୍ତୁତି ମୃତ୍ତିକା ପରୀକ୍ଷା, ପାଣିର ପିଏଚ ପ୍ଲାଣ୍ଟକନ୍, ଅମ୍ଳଜାନ, ଆନୋମିଆ ପରୀକ୍ଷା କରିବା, ଗୁଣାତ୍ମକ ମାଛ ଯାଆଁଳା ଛାଡିବା ଠିକ ଭାବରେ ଖାଦ୍ୟ ଓ ରୋଗ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ଉପରେ ସୂଚିତ କରିଥିଲେ। ବେଳେ ଉପସ୍ଥିତ ଅତିଥି ମାନେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ଆଗାମୀ ବର୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ କଳାହାଣ୍ଡି, ରିଳାଏନ୍ସ ଫାଉଣ୍ଡେସନ, କର୍ତ୍ତବ୍ୟ, ସଂସ୍ଥା ଓ ଦାପ୍ତା ସଂସ୍ଥାର ମିଳିତ ଉଦ୍ୟମରେ କଳାହାଣ୍ଡି ଜିଲ୍ଲାକୁ ମତ୍ସ୍ୟ ହବ କରିବାକୁ ଯୋଜନା ପ୍ରସ୍ତୁତି କରାଯାଇଥିଲା କାର୍ଯ୍ୟକ୍ରମକୁ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ ସଂଯୋଜନା କରିଥିବା ବେଳେ ହୃଦାନନ୍ଦ ମାଝି, ରବୀନ୍ଦ୍ର ନାଥ ବେହେରୁକ୍, ସଦାନନ୍ଦ ନାଗ, ନୀଳମଣି ହରିଜନ, ପୁରୁଷୋତ୍ତମ ସାହୁ ସହଯୋଗ କରିଥିଲେ ଓ ବିଜୟା ପ୍ରଧାନ ପ୍ରକଳ୍ପ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page