ନଗରପାଳ ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ କରିବ କିଏ ?
କଳାହାଣ୍ଡି,୨୪|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ରାଜ୍ୟରେ ଅନାସ୍ଥା ପ୍ରସ୍ତାବ ରେ ବିଭିତ୍ତ ପୌରାଳୟର ନଗରପାଳ ମାନେ ନିଜ ପଦବୀ ହରେଇବା ପରେ ତାଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ମାନେ ଦାୟିତ୍ଵରେ ଅଛନ୍ତି। ସାମ୍ବିଧାନିକ ଵିଧି ବ୍ଯବସ୍ଥା କ୍ରମେ ଆଗାମୀ ଦିନରେ ଏହି ପୋରାଞ୍ଚଳ ଗୁଡିକରେ ଉପର୍ନିବାଚନ ହେବା ଏକରକମ ସୁନିଶ୍ଚିତ ବୋଲି ଧରାଯାଇପାରେ। ରାଜ୍ୟରେ ବିଜେପି ସରକାର ଥାଇବି ଅନାସ୍ଥା ପ୍ରସ୍ତାବରେ ପଦ ହରାଇଲେ ଜୁନାଗଡ଼ର ବିଜେପି ନଗରପାଳ। ବାରଗୋଟି ୱାର୍ଡ ବିଶିଷ୍ଠ ଏହି ଏନଏସିରେ ବିଜେଡିର ଦଶଜଣ କାଉନସିଲର ଥିବା ଯୋଗୁଁ ବିଜେପି ଦଳର ନଗରପାଳଙ୍କୁ ପଦରୁ ହଟାଇବା, ବିଜେଡି ପାଇଁ ଅନାସ୍ଥାରେ ସହଜ ହୋଇଥିଲା। ଗତ ପୌର ର୍ନିବାଚନ ରେ ଏଠାରୁ ବିଜେପି ପ୍ରାର୍ଥୀ ର୍ନିବାଚିତ ହୋଇ ନଗରପାଳ ହୋଇଥିଲେହେଁ ବାରଟି ୱାର୍ଡରୁ ଦଶଟିରେ ବିଜେଡି ବାଜିମାତ କରିଥିଲା। ଗତ ବିଧାନସଭା ର୍ନିବାଚନରେ ଜୁନାଗଡ଼ ଏନଏସିର ଭୋଟରଙ୍କ ବହୁମତ ଯୋଗୁଁ ଜୁନାଗଡ଼ ର୍ନିବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ବିଜୟ ସାକାର ହେବା ରାଜନୈତିକ ବିଶେଷଜ୍ଞ ପ୍ରକାଶ କରନ୍ତି । ଏହି ପୋରାଲୟର ଆଗାମୀ ଦିନରେ ଉପର୍ନିବାଚନ ହେଲେ, କେଉଁ ଦଳରୁ କିଏ ନଗରପାଳ ପ୍ରାର୍ଥୀ ହେବ ତାହାକୁ ନେଇ ଖଟି ଖଟିରେ ଚର୍ଚ୍ଚା ଜୋର ଧରିଲାଣି। ଜୁନାଗଡ଼ ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ଥିଲେହେଁ, ରାଜ୍ୟରେ ବିଜେପି ସରକାର ରହିଛି। ସରକାରୀ ଦଳର ବିଭିତ୍ତ ସମୟରେ ମନ୍ତ୍ରୀ ନେତାଙ୍କ ଗସ୍ତ ସାଙ୍ଗକୁ ବିଭିତ୍ତ ସାଙ୍ଗଠନିକ ଦଳୀୟ କାର୍ଯ୍ୟକ୍ରମ ବିଜେପି କର୍ମୀଙ୍କୁ ଉତ୍ସାହିତ କରି ରଖୁଛି। ବିଜେପି ଏବେ କାହାକୁ ନଗରପାଳ ପ୍ରାର୍ଥୀ କରୁଛି ? ଏହି କ୍ରମରେ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ଜଣେ ଯୁବ ନେତୃତ୍ବ ପୂର୍ବତନ ନଗରପାଳ, ଜଣେ ପୂର୍ବତନ କାଉନସିଲର, ଦଳର ଜଣେ ସକ୍ରିୟ ନେତା ତଥା ଆଇନଜୀବୀ, ଜଣେ ଯୁବ ବ୍ୟବସାୟୀ ଚର୍ଚ୍ଚାରେ ଅଛନ୍ତ। ଅନ୍ୟ ପକ୍ଷରେ ଏହି ର୍ନିବାଚନ ମଣ୍ଡଳୀରେ ବିରୋଧୀ ଦଳ ବିଜେଡିର ବିଧାୟକ ଅଛନ୍ତି । ଗତ ପୋରାଳୟର ନଗରପାଳ ର୍ନିବାଚନରେ ଏଠାରୁ ବିଜେଡି ପ୍ରାର୍ଥ ପରାଜିତ ହୋଇଥିଲେହଁ, ଗତ ବିଧାନସଭା ର୍ନିବାଚନରେ କିନ୍ତୁ ସହରରୁ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା ବିଜେଡି। ଏଠାରେ ବିଜେଡି ନିଜର ପୂର୍ବ ପ୍ରାର୍ଥୀଙ୍କୁ ଦୋହରାଇବ କିମ୍ବା ନୂତନ ପ୍ରାର୍ଥୀ ଦେବ ତାହାକୁ ନେଇ ଅନିଶ୍ଚିତତା ରହିଛି। ଏହି ଦଳରୁ ଦୁଇଜଣ ବ୍ୟବସାୟୀ- ଉଦ୍ୟୋଗପତି, ଜଣେ ଯୁବ କାଉନସିଲର, ଦୁଇଜଣ ମହିଳା କାଉନସିଲର, ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ନାମକୁ ନେଇ ଚର୍ଚ୍ଚା ଯୋର ଧରିଛି। ଗତ ପୌର ଓ ବିଧାନସଭା ର୍ନିବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିବା କଂଗ୍ରେସର ସାଙ୍ଗଠନିକ ସ୍ଥିତି ଏଠାରେ ସେତେଟା ସୁଦୃଢ ଥିବା ମନେ ହୁଏ ନାହିଁ । ଜୁନାଗଡ଼ ପୋରାଳୟରେ ଉଭୟ ଶାସକ ବିଜେପି-ବିରୋଧୀ ବିଜେଡ଼ି ମଧ୍ୟରେ ସାଙ୍ଗଠନିକ ସମ ତୁଳନାତ୍ମକ ସ୍ଥିତି ରହିଛି। ଆଗାମୀ ଦିନରେ ର୍ନିବାଚନ ହେଲେ ଉଭୟ ଶାସକ ଓ ବିରୋଧୀ ଦଳର ପ୍ରାର୍ଥୀ ଚୟନ ଓ କଂଗ୍ରେସ ଯଦି ଉପଯୁକ୍ତ ପ୍ରାର୍ଥ ଚୟନ କଲେ ସ୍ଥିତି ରୋଚକ ହେବା ସୁନିଶ୍ଚିତୟ ଆଶାୟୀ ପ୍ରାର୍ଥୀମାନେ ଏବେଠୁ ନିଜର ପାରିବା ପଣିଆ, ଦକ୍ଷତା, ପତିଆରା ନେତା ତଥା ଦଳସମ୍ମୁଖରେ ପ୍ରଦର୍ଶିତ କରୁଥିବା ଦେଖିବାକୁ ମିଳୁଛି। ବିଭିତ୍ତ ସମୟରେ ରାଜନୈତିକ ଟଣା-ଓଟରା ଯୋଗୁଁ ବିକାଶ ଧୂମେଇ ଯାଉଥିବା ବେଳେ, ଭୋଟର ଆଗାମୀ ରାଜନୈତିକ ପାଣିପାଗକୁ ଉତ୍ସୁକତାର ସହ ଅନେଇଛନ୍ତି।