କୁରୁଣ୍ଟା ଗ୍ରାମରେ ଯୁବଶକ୍ତି କ୍ଲବ୍ ପକ୍ଷରୁ ଜଳସେବା କାର୍ଯ୍ୟକ୍ରମ

ବାଲେଶ୍ୱର: ଯୁବଶକ୍ତି କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ପବିତ୍ର ଦୋଳଯାତ୍ରା ଠାରୁ ଆରମ୍ଭ ହୋଇଯାଇଛି ଜଳଛତ୍ର ସେବା କାର୍ଯ୍ୟକ୍ରମ । ମିରିପୁର ଖଇରା ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏହି ଜଳସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବରିଷ୍ଠ ନାଗରିକ ସୁବାସ ପତ୍ରି ଏହାକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ପରାମର୍ଶଦାତା ରବୀନ୍ଦ୍ର ବାରିକି, ସରୋଜ ଧଡ଼ା, ତପୋଧାନ ବାରିକି ଉପସ୍ଥିତ ରହିବା ସହ କ୍ଲବ୍‌ର ସଭାପତି ଅକ୍ଷୟ ବାରିକି, ସମ୍ପାଦକ ପର୍ଶୁରାମ ସେଠି ଏବଂ ସଦସ୍ୟ ଜୀବନ ବାରିକି ବାସୁଦେବ ବାରିକି, ରଞ୍ଜନ ପତ୍ରି, ବିଭାସ ବାରିକି, ଚନ୍ଦନ ପତ୍ରି, ଭଗବାନ ବେହେରା, ବଳରାମ ନାୟକ, ଗଗନ ସେଠି, ଅର୍ଜୁନ ଶିଅଳ, ବିବେକ ସାମଲ, ମନୋଜ ସାମଲ, ସିଲ୍ଲୁ ସିଅଳ, ସଂଜିତି ବାରିକି, ଦିବାକର ବାରିକି, ରୁଦ୍ଧିସୁନ୍ଦର ବାରିକି, ଚିନ୍ମୟ ବାରିକି ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page