କୁଳମଣି ଷଡ଼ଙ୍ଗୀଙ୍କ ‘ହଜିଲା ଅତୀତ ଅଭୂଲା ସ୍ମୃତି’ ଲୋକାର୍ପିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଆଶ୍ରୟ ପକ୍ଷରୁ ସ୍ଥାନୀୟ ରେଡକ୍ରସ ଭବନଠାରେ ଆଶ୍ରୟ ସେବା ସଂସ୍କୃତି ଉସôବ ସହିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ସଦସ୍ୟ ବିଶିଷ୍ଟ ସାହିତି୍ୟକ, ସ୍ତମ୍ଭକାର ଦାସବେନହୂର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ସାହିତି୍ୟକ ଡ. ସୁଦର୍ଶନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ନିରଂଜନ ସାହୁ, ବରିଷ୍ଠ ସାହିତି୍ୟକା ଶୈଳରାଣୀ ମିଶ. ବିଜୟା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେବାର ଯୁଗେ ଯୁଗେ ମହତ୍ୱ ରହିଆସିଛି ଓ ଆଗାମୀ ଯୁବପୀଢ଼ି ଉକôଳ ମଣି ଗୋପବନ୍ଧୁ , ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ତଥା ଯେଉଁମାନେ ସମର୍ପିତ ଭାବେ ସେବା ପାଇଁ ନିଜ ଜୀବନ ଉସôର୍ଗ କରିଥିଲେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ସମର୍ପିତ ଭାବେ ଆଶ୍ରୟ କାର୍ଯ୍ୟ କରୁଥିବା ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ନିଦେ୍ର୍ଦଶକ ଲୋକନାଥ ଦାଶଙ୍କ ସଂଯୋଜନାରେ ସାହିତି୍ୟକ, ଲେଖକ କୁଳମଣି ଷଡ଼ଙ୍ଗୀଙ୍କ ପୁସ୍ତକ ଯୁଗେ ଯୁଗେ ସେବା ଓ ଆଶ୍ରୟର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଅରବିନ୍ଦ ତ୍ରିପାଠୀ ଓ ବିଭୂଦତ ତ୍ରିପାଠୀଙ୍କୁ ଆଶ୍ରୟ ପକ୍ଷରୁ ସମ୍ମାନିତ କରାଯାଇଥିଲା । କବି ଶରତକୁମାରୀ ମିଶ୍ର, ରାମକୃଷ୍ଣ ମହାରଣା, ବୈକୁଣ୍ଠନାଥ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ରମେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପ୍ରଫୁଲ୍ଲ ନାହାକଙ୍କ ଦ୍ୱାରା ଦାସକାଠିଆ ପରିବେଶଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସାହିତି୍ୟକ, ଲେଖକ, ସମାଜସେବୀ ଯୋଗଦାନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page