କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ଧର୍ମଗଡ଼, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): ବର୍ତ୍ତମାନ ଖେଳ ମଧ୍ୟରେ କ୍ରିକେଟ୍ ଖେଳ ସବୁଠାରୁ ଅଧିକ ଲୋକପ୍ରିୟ ହୋଇ ଥିବା ଯୋଗୁଁ ଅନେକ ସ୍ଥାନ ରେ ଖେଳ ପ୍ରତିଯୋଗିତାମାନ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମନରେ କ୍ରିକେଟ୍ ଖେଳ ଦେଖିବାକୁ ପାଇଁ ଆଗ୍ରହ ବଢୁଛି।। ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ ଗ୍ରାମପଞ୍ଚାୟତ ସ୍ତରୀୟ ମା ଠାକୁରାଣୀ କ୍ରିକେଟ ଆସୂସେଶନ ତରଫରୁ ଚଳିତ ମାସ ୫ ତାରିଖ ରବିବାର ଠାରୁ ୧୨ ତାରିଖ ରବିବାର ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ଖେଳରେ ଜୁନାଗଡ ଏକାଦଶ ବନାମ ବୃନ୍ଦାବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର କୁମାର ମୁଣ୍ଡ, ସମ୍ମାନୀତ ଅତିଥି ଗଣ୍ଡା ମେର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଦୈତାରି ରାଉତ,ବଣ୍ଟି ଅଗ୍ରୱାଲ, ଅମରସିଂ ନୀଆଲ, ଜନ୍ମେଜୟ ନାଏକ, ଉମା ନିଆଳ, ଶରତ ସରାପ ଯୋଗଦାନ କରିଥିଲେ।ପ୍ରଥମେ ଜୁନାଗଡ ଦଲ ଟସ୍ ଜିତି ନିର୍ଦ୍ଧାରିତ ୧୨ ଓଭର୍ ବିନିମୟ ରେ ୮ ୱିକେଟ୍ ହରାଇ ୧୧୯ ରନ୍ କରି ଥିଲା। ତାର ଜବାବରେ ବୃନ୍ଦାବାହାଲ ଦଳ ସମ୍ପୂର୍ଣ୍ଣ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୬୮ ରନ୍ କରି ପରାଜୟର ଶିକାର ହୋଇଥଲା। ପ୍ରଥମ ବିଜୟ ଲାଭ କରିଥିବା ଦଳକୁ ଅନୁଷ୍ଠାନ ତରଫରୁ କୋଡ଼ିଏ ହଜାର ଟଙ୍କା ସହ ଟ୍ରଫି  ପ୍ରଦାନ କରିଥିବା ବେଳେ ଦ୍ବିତୀୟ ବିଜୟୀ ଦଳକୁ ପନ୍ଦର ହଜାର ଟଙ୍କା ପ୍ରଦାନ କରଯାଇଥିଲା। ଖେଳକୁ ଅତି ସୁନ୍ଦର ଭାବରେ ଖେଳ ପରିଚାଳକ ସୀତାକାନ୍ତ ମାଝୀ ଓ ଉମେଶ ସରାପ ପରିଚାଳନା କରିଥିଲେ। ଠାକୁରାଣୀ କ୍ରିକେଟ ସଂଘ ସଂଗଠକ ରାମ ନିଆଲ ଓ ତାଙ୍କ ସହଯୋଗୀ ଖେଲର ଦାୟିତ୍ୱ ବହନ କରିଥଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page