ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ

ଜୟନ୍ତୀ ଉପଲକ୍ଷେ ଶକ୍ତିପୀଠ ଉତରମୁଖୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଭବ୍ୟ ଉତ୍ସବ

ବାଲିଅନ୍ତା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୨ତମ ଜୟନ୍ତୀ ଉପଲକ୍ଷେ ବାଲିଅନ୍ତା ବ୍ଲକର ପ୍ରଶୀଦ୍ଧ ଶକ୍ତିପୀଠ ଉତରମୁଖୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ସରକଣା ସେବା ସମବାୟ ସମିତିର ସଭାପତି ତଥା ପ୍ରମେୟ ପ୍ରତିନିଧି ସୋମନାଥ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅଭିଶେକ ସିଂ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ସମବାୟ ବ୍ୟାଙ୍କ ସଦସ୍ୟ ପ୍ରଶନ୍ନ କୁମାର ଜାଲି, ପଦ୍ମିନିପ୍ରଭା ସଡ଼ଙ୍ଗୀ, ଚ଼ିନ୍ମୟ ସାମନ୍ତରା, ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶିକା ବନଶ୍ରୀ ମଲ୍ଲିକ, ବାଲିଅନ୍ତା ବ୍ୟାଙ୍କ ଅଧିକାରୀ ଶସ୍ମିତା ନାୟକ , ସାସ୍ଵତୀ ପଟ୍ଟନାୟକ,

ଭୂବନେଶ୍ଵର ( ଆର ସି ଏମ ) ର ସଭାପତି ଧିରେନ୍ କୁମାର କର ,ସମବାୟବିତ୍ ତାପସ କୁମାରେ ଜେନା, ନିଳକଣ୍ଠ ପଣ୍ଡା, ନଳିନୀକାନ୍ତ ମହାପାତ୍ର, ବେଣୁଧର ଭୋଇ , ଅକ୍ଷୟ ଛୋଟରାୟ ପ୍ରମୁଖ ଯୋଗ ଦେଇ ସମବାୟ ସମିତିର ଉପକାରିତା , କୃଷି ରୁଣ ସହିତ କ୍ଷୁଦ୍ର, ମଧ୍ୟମ, ବୃହତରୁଣ, ମହିଳାମାନଙ୍କୁ ସ୍ଵାବଲମ୍ବି କରାଇବା ପାଇଁ ( ଜେ ଲ୍ ଜି ) ମାଧ୍ୟମରେ ଋଣ ପ୍ରଦାନ, ଉଚ୍ଚତ୍ତର ଶିକ୍ଷା ପାଇଁ ଶିକ୍ଷା ଋଣ ଠାରୁ ଆରମ୍ଭ କରି ଗୃହ ଋଣ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା ଓ ସୁଯୋଗ ବାବଦରେ ଉପଭୋକ୍ତା ମାନଙ୍କୁ ଅବଗତ କରାଇଥିଲେ। ବାଲିଅନ୍ତା ଅଞ୍ଚଳର ୧୩ ଗୋଟି ସମବାୟ ବ୍ୟାଙ୍କର ନିର୍ବାଚ଼ିତ ପ୍ରତିନିଧିଙ୍କ ସହିତ ୫୦୦ରୁ ଉର୍ଦ୍ଧ ସମବାୟ ଉପଭୋକ୍ତା ଯୋଗ ଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page