ଗୋଛାପଡା ପୋଲିସ ର ବଡ଼ ସଫଳତା I ବୋଲେରୋ ସହ ଏକ ଟନ ଆଠ କିଲୋ ଗଞ୍ଜେଇ ଜବତ I ମାଫିଆ ଫେରାର I

ଫିରିଙ୍ଗିଆ,୧୯l୦୨: କିଛିଦିନର ନିରବତା ପରେ ପୁଣି ଗୋଛାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା I ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦେଶ କ୍ରମେ ଗୋଟେ ପଟେ ଦୀର୍ଘ ତନିମାସ ହେଲା ଅପରେସନ ଗଞ୍ଜେଇ ଗଛ କଟା ଅଭିଯାନ ଜାରିରହିଥିବା ବେଳେ ଅନ୍ୟପଟେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଏହି ଗୋଛାପଡା ଅଞ୍ଚଳରେ ବେଧଡକ ଭାବରେ ମାଫିଆ ମାନେ ରିତିମତ ଭାବରେ ଗଞ୍ଜେଇ ପଡୋଶୀ ଜିଲ୍ଲା ଓ ରାଜ୍ୟ କୁ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି I ତେବେ ଗଞ୍ଜେଇ ଗଛ କାଟିବା ସାଙ୍ଗକୁ ଗୋଛାପଡା ପୋଲିସ ଏହି ଗଞ୍ଜେଇ ମାଫିଆ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି I ଅଂଚଳକୁ ଗଞ୍ଜେଇ କାରବାର ରୁ ମୁକ୍ତ କରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଚାଲାଣ ରେ ବ୍ୟବହୃତ ହେଉଥିବା ନାମିଦାମୀ କମ୍ପାନୀରେ ଗାଡି ଗଞ୍ଜେଇ ସହ ଜବତ କରି ଅନେକ ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚାଲିଛି I ତେବେ ଏହି ଅଞ୍ଚଳରେ ଏତେ ପରିମାଣରେ ଚାଷ ହୋଇଛିଯେ ପୋଲିସ ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବରେ କୋଟିକୋଟି ଟଙ୍କାର ସହ ସହ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ଦେଇ ଜାଳିପୋଡି ନଷ୍ଟ କରୁଥିଲେ ମଧ୍ୟ୍ୟ ସରୁନି I ଏହି ପରିପେକ୍ଷୀରେ କିଛିଦିନର ନୀରବତା ପରେ ପୁଣି ଗୋଛାପଡା ପୋଲିସ ଥାନା ଅଧୀନରେ ଥିବା ଏକ ଜଙ୍ଗଲ ରେ ଅତର୍କିତ ଚଢ଼ାଉ କରି ଏକ ବୋଲେରୋ ଗାଡି ସହ ଏକ ଟନ ଆଠ କିଲୋ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଛନ୍ତି I ସୂଚନା ଅନୁସାରେ ମଙ୍ଗଳବାର ଗୋଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପାଦେଡି ଗାଁ ଜଙ୍ଗଲରେ କିଛି ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା କୌଣସି ସୂତ୍ର ରୁ ଗୋଛାପଡା ପୋଲିସ କୁ ଖବର ମିଳିଥିଲା I ଖବର ମିଳିବା ପରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ ଜଙ୍ଗଲ ରେ ଅତର୍କିତ ଚଢ଼ାଉ କରିଥିଲେ I ପୋଲିସ ର ଅତର୍କିତ ଚଢ଼ାଉ ସମୟରେ ମାଫିଆ ମାନେ ଗଞ୍ଜେଇ ଛାଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ପୋଲିସ ଉକ୍ତ ଜଙ୍ଗଳରୁ ପ୍ରାୟ ଚାଳିଶ ଟି ବସ୍ଥାରେ ଭର୍ତି ହୋଇଥିବା ଏକ ଟନ ଆଠ କିଲୋ ଜଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଥିବା ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ସୂଚନା ଦେଇଛନ୍ତି I ଅନ୍ୟପଟେ ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୪୯/୨୦୨୫ ରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାରେ ସମ୍ପୃକ୍ତି ଥିବା ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ ପ୍ରୟାସ ଜାରିରହିଥିବା ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବିଶ୍ୱାଳ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page