ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

ଗୋଲାମୁଣ୍ଡା,୨/୧/୨୫/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ୨୦୨୫ ଉତ୍ସବ ନିମନ୍ତେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା କୁ ନେଇ ଓ ସବୁଜ ସଙ୍କେତ ଦେଇ ପ୍ରଚାର ପ୍ରସାର ପାଇଁ ରଥ ଗଡୁଛି ।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ସବୁଜ ପତାକାରେ ସଙ୍କେତ ଦେଇ ଥିବା ବେଳେ ସଂଯୋଜକତଥା ବିଡ଼ିଓ ଶ୍ରୀ ଯୁକ୍ତ ଶ୍ରୀଧର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ ପ୍ରମୁଖ ଓ ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତି ରହି ରଥର ଯାତ୍ରା ପରିକ୍ରମା ପାଇଁ ଶୁଭ ଉଦ୍ଘାଟନ କରିଥିଲେ । କଳାହାଣ୍ଡି ଜିଲ୍ଲା ତଥା ଗୋଲାମୁଣ୍ଡା ବ୍ଲକରେ ଲୁପ୍ତ ହୋଇ ଥିବା, କଲା ସଂସ୍କୃତି, ଘୁମୁରା , ଘୁଡୁକି ନାଚ, ସିଂ ବାଜା, ପାଲାନାଚ, ଇତ୍ୟାଦି କଳାର    ପରମ୍ପରାକୁ ମନେ ପକାଇବା ଉଦ୍ଦେଶ୍ୟ ରେ ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ “ଘୁମୁରା”କୁ ମୁଖ୍ୟ ଅଗ୍ରାଧୀ ରେ ମାନ୍ୟତା ପ୍ରଦାନ କରାଯାଇଛି ।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଚଳିତ ବର୍ଷ ଜାନୁୟାରୀ ତା ୧୦/୦୧/୨୦୨୫ଠାରୁ ୧୨/୦୧/୨୦୨୫  ପ୍ରଯ୍ୟନ୍ତ ତିନି ଦିନ ଧରି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶିବାଜୀ ଷ୍ଟାଡିୟମ  ଠାରେ ଅନୁଷ୍ଠିତ ହେବ ,।ଏ ନେଇ ମଙ୍ଗଳ ବାର ଦିନ ୨୮ଟି ଗ୍ରାମ ପଞ୍ଚାୟତକୁ ଯାଇ ପ୍ରଚାର ପ୍ରସାର କରା ଯାଉଛି । ମୁଖ୍ୟ ଆକର୍ଷଣ ରୁକୁ ସୁନା ମେଲୋଡି ଓ ଘୁମୁରା ଓ ଘୁଡ଼ୁକି ନାଚ ପ୍ରତି ଦର୍ଶକ ମାନେ ଆନନ୍ଦ ଉଲ୍ଲାସରେ ଉପଭୋଗ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉ ଥିବାବେଳେ  ବ୍ଲକ ଅଧ୍ୟକ୍ଷ  ଙ୍କୁ ଧନ୍ୟବାଦ୍ ଜ୍ଞାପନ କରୁଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page