ଗ୍ରାମ ବିକାଶ ସଂସ୍ଥା ତରଫରୁ ଗ୍ରାମସ୍ତରୀୟ ଏକାଭିମୂଖୀତା ମେଳା ଅନୁଷ୍ଠିତ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୂଖିତା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ଵା‌ସ୍ଥ୍ୟ ଦିଗରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଗୀତାଞ୍ଜଳି ମାଝୀ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧୃବଚରଣ ମୁଦୁଲି, ତହସିଲଦାର ଭତ୍ରା, ପୂର୍ବତନ ସରପଞ୍ଚ ବିକ୍ରମ ମାଝୀ, ଜିପିସିସି ଅର୍ଜୁନ ସୁନାନୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ମୂଳ ଲକ୍ଷ୍ୟ ହେଲା ସ୍ଥାନୀୟ ଲୋକଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା, ସ୍ଵାସ୍ଥ୍ୟ ଓ କୃଷି ଦିଗରେ କିପରି ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିରେ ଅଞ୍ଚଳର ପ୍ରାୟ ୨୫ ଗୋଟି ଗ୍ରାମରୁ ଲୋକେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଳିକା ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଉପସ୍ଥିତ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page