ଜୋର ଧରିଲା ୩୦୦୦ ଭତ୍ତା ପ୍ରଦାନ ଦାବୀ

ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ

ଦାରିଙ୍ଗବାଡ଼ି, ତା: ୧୯/ ୨): ସରକାର ତାଙ୍କ ପ୍ରତିଶୃତି ରକ୍ଷା କରନ୍ତୁ ଭତ୍ତା ୩୦୦୦ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରନ୍ତୁ ଏପରି ଏକ ଦାବୀ ନେଇ ଆଜି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟ କୁ ଘେରିଛନ୍ତି ଓଡ଼ିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି । କନ୍ଧମାଳ ଜିଲା ଭତ୍ତା ସଂଘର୍ଷ ସମିତି ପକ୍ଷରୁ ପ୍ରଶାନ୍ତ ପ୍ରଧାନଙ୍କ ଆହ୍ବାନ ରେ ମଙ୍ଗଳବାର ଦିନ ଦାରିଙ୍ଗବାଡି ଠାରେ ଏକ ବିରାଟ ସଭାର ଆୟୋଜନ କରି ଶୋଭାଯାତ୍ରା ମାଧ୍ୟମରେ ପ୍ରତିବାଦ କରାଯିବା ସହ ବ୍ଲକ କାର୍ଯ୍ୟାଳୟକୁ ବିକ୍ଷୋଭକାରୀମାନେ ଘେରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏଥିରେ ଭତ୍ତାସଂଘର୍ଷ ସମିତିର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଉଦ୍‌ବୋଧନ ଦେଇ କହିଥିଲେ ଯେ ଭାଜପା ସରକାର ନିର୍ବାଚନ ସକଳ୍ପ ପତ୍ର ଘୋଷଣା ଅନୁସାରେ ଓଡ଼ିଶାର ସମସ୍ତ ଭତ୍ତାଧାରୀକୁ ୩ ହଜ଼ାର ଟଙ୍କା ପ୍ରଦାନ କରାଯିବ। କିନ୍ତୁ ନିର୍ବାଚନ ସରିଲା , ଭାଜପା ସରକାର ଗଠନ କଲା କିନ୍ତୁ ଭତ୍ତା ବୃଦ୍ଧି କ୍ଷେତ୍ରରେ ଅହେତୁକ ଅବହେଳାକୁ ଦୃଢ ସମାଲୋଚନା କରିଥିଲେ। ସରକାର ତୁରନ୍ତ ସମସ୍ତ ହିତାଧିକାରୀଙ୍କୁ ମାସିକ ୩ ହଜାର ଭତ୍ତା ପ୍ରଦାନ ଘୋଷଣା ନ କଲେ ଆସନ୍ତା ୨୧ ଫେବୃଆରୀରେ ବିଧାନସଭା ଆଗରେ ଧାରଣା ଦିଆଯିବାକୁ ରାଜ୍ୟସଭାପତି ମହାନ୍ତି ଚେତାବନୀ ଦେଇଛନ୍ତି। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ତରୁଣ କୁମାର ଦିଗାଲ, ସମ୍ପାଦକ ଅଜୟ କୁମାର ମୂଠାମାଝି, ଉମାକାନ୍ତ ପ୍ରଧାନ,ଅଜୟ କୁମାର ନାୟକ, ଥୋମାସ ନାୟକ,ରାଜକୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ନିଜ ନିଜ ବକ୍ତବ୍ୟରେ ରାଜ୍ୟରେ ଶାସନ କରୁଥିବା ଡବଲଇଞ୍ଜିନ ସରକାର ଗରିବ ଅସହାୟ ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା କହିଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page