ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଅନ୍ତା,୨୪|୩():ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ. ଆଇ. ଆର) ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରତି ମତଦାନ କେନ୍ଦ୍ର ମାନଙ୍କରେ ମତଦାତାଙ୍କ ଭୋଟର ପରିଚୟ ପତ୍ର କିଭଳି ସଂଶୋଧନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା l ମତଦାତା ମାନେ ମଧ୍ୟ ନିଜ ନିଜ ସମସ୍ୟା ଉପସ୍ଥାପନା କରିଥିଲେ l ଏହି ଅବସରରେ ବାଳକାଟି ବିଜେପି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ପ୍ରଂଶସା କରି ଶତାଧିକ ବିଜେଡି କର୍ମୀ ଆଜି ବିଜେପିରେ ଯୋଗଦେଇଥିଲେ l ଏପରିକି ଗତ ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକ କ୍ରସ ଭୋଟିଙ୍ଗକୁ ନେଇ ଅସନ୍ତୁଷ୍ଟ ଥିବା ବିଜେଡି କର୍ମୀ ମଧ୍ୟ ଆଜି ବିଜେପିରେ ମିଶିଥିଲେ l ଏମାନଙ୍କ ମଧ୍ୟରେ କିଛି ଜନପ୍ରତିନିଧି, ସମାଜସେବୀ ଏବଂ ପୁରୁଖା ବିଜେଡି କର୍ମୀ ଥିଲେ l ଏହି ମିଶ୍ରଣପର୍ବରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥୀ, ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ସଭାପତି ନିରଞ୍ଜନ ମିଶ୍ର, ଉପ-ସଭାପତି ଜଗନ୍ନାଥ ବେହେରା, ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତ୍ରିପାଠୀ, ନାରୀନେତ୍ରୀ ଝିଲ୍ଲୀ ସାମନ୍ତରାୟ, ଯୁବନେତା ରଞ୍ଜନ ମହାପାତ୍ର, କେଳୁଚରଣ ବେହେରା, ମାଗୁଣି ଚରଣ ସେଠି, ଦିଲ୍ଲୀପ କୁମାର ସ୍ୱାଇଁ, ସଞ୍ଜୟ ଦାଶ, ଗିରିଶ ପ୍ରଧାନ, ସୌମ୍ୟ ରଞ୍ଜନ ଦାଶ, ଅଭୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବାପାଇଁ ନେତୃମଣ୍ଡଳୀ ମାନେ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page