ବାଲିଅନ୍ତା: ଟ୍ୱିନ୍ ସିଟି ପ୍ରେସ କ୍ଲବ୍ ତରଫରୁ ବ୍ରାହ୍ମଣଝରିଲୋ କୋଲ୍ଡ ଷ୍ଟୋର ଖେଳପଡିଆ ଠାରେ ଆୟୋଜିତ ମିଡ଼ିଆ କପ୍-୨0୨୫ କ୍ରିକେଟ ପ୍ରତିଯୋଗିତାରେ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ବାଲିପାଟଣା ପ୍ରେସ କ୍ଲବ୍ ଚମ୍ପିୟାନ ହୋଇଥିବା ବେଳେ ବାଲିଅନ୍ତା-ଧଉଳି-ପାହାଳ କାର୍ଯ୍ୟରତ ସାମ୍ବାଦିକ ରନର୍ସଅପ ହୋଇଛନ୍ତି l ଗୋଟିଏ ନିର୍ବାଚନମଣ୍ଡଳୀକୁ ଚମ୍ପିୟାନ ଓ ରନର୍ସଅପ ଟ୍ରଫି ଆସିଥିବାରୁ ନିର୍ବାଚନମଣ୍ଡଳୀକୁ ଗୌରବାନ୍ୱିତ କରିଛି l ଏହି ପ୍ରତିଯୋଗିତାରେ କଣ୍ଟାପଡା, ପ୍ରାଚୀ, ଟ୍ୱିନସିଟି, କଟକସଦର,

ବାଲିପାଟଣା ଓ ବାଲିଅନ୍ତା-ଧଉଳି-ପାହାଳ କାର୍ଯ୍ୟରତ ସାମ୍ବାଦିକ ମୋଟ ୬ ଟି ସାମ୍ବାଦିକ ସଙ୍ଘ ଭାଗ ନେଇଥିଲେ l ଫାଇନାଲରେ ବାଲିପାଟଣା ସାମ୍ବାଦିକ ସଙ୍ଘ ଓ ବାଲିଅନ୍ତା-ଧଉଳି-କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଖେଳା ଯାଇଥିଲା l ଏଥିରେ ଟଜ ଜିତି ବାଲିପାଟଣା ସାମ୍ବାଦିକ ସଂଘ ପ୍ରଥମେ ବ୍ୟାଟିଂ କରିବାପାଇଁ ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୫ ଓଭରରେ ୧୨୨ ରନ କରିଥିଲେ l ଜବାବରେ ବାଲିଅନ୍ତା-ଧଉଳି-ପାହାଳ କାର୍ଯ୍ୟରତ ସାମ୍ବାଦିକ ମାତ୍ର ୯୫ ରନ କରିବାରେ ସକ୍ଷମ ହୋଇଥିଲା l ଟ୍ୱିନ୍ସିଟି ପ୍ରେସ କ୍ଲବର ସମ୍ପାଦକ ଭବାନୀ ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜସ୍ବ କୋର୍ଟ ବାର ଆସୋସିଏସନର ନବନିର୍ବାଚିତ ସଭାପତି ଜ୍ଞାନ ରଞ୍ଜନ ପଟ୍ଟନାୟକ,ସମ୍ପାଦକ ଜ୍ଞାନ ପରିଡ଼ା ଓ କଟକ ସଦର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି, ପାହାଳ ଥାନା ଅଧିକାରୀ ଅଶ୍ୱିନୀ କୁମାର ଜେନା ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିବା ବେଳେ ପ୍ରତି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ମ୍ୟାନ ଅଫ ଦି ମ୍ୟାଚ ଓ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ବାଲିଅନ୍ତା-ଧଉଳି-ପାହାଳ କାର୍ଯ୍ୟରତ ସାମ୍ବାଦିକ ଦଳର ଖେଳାଳୀ ଦିବ୍ୟସିଂହ ବେହେରା, ମ୍ୟାନ ଅଫ ଦି ସିରିଜ ଭାବେ ବାଲିପାଟଣା ପ୍ରେସ କ୍ଲବର ଖେଳାଳୀ ରାକେଶ ଜେନାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l ମ୍ୟାଚକୁ କ୍ଲବର ସଭାପତି ସନାତନ ପରିଡ଼ା, ଉପ ସଭାପତି ଗୁରୁପ୍ରସାଦ ମହାପାତ୍ର,ଅଧକ୍ଷ ପ୍ରଣବ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l