ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଶିକ୍ଷାବିତ ତ୍ରିଲୋଚନ ବାଗ         

ଧର୍ମଗଡ଼ ୨/୧/୨୫/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)       ଓଡ଼ିଆ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ତ ଜୟନ୍ତପୂର ଗ୍ରାମର ଜଣେ ଅବସର ପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାଗ ଙ୍କୁ ପୁରୀ ଟାଉନହଲ ଠାରେ ୱାଲର୍ଡ ଚେରିଟି ୱେଲଫେୟାର ଫାଉଣ୍ଡେସନ ଦିଲ୍ଲୀ ତରଫରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି ।ପୂର୍ବରୁ ସେ ୧୯୯୫ମସିହାରେ ଓଡିଶାର ମାନ୍ୟବର ରାଜ୍ୟପାଳ ତାଙ୍କୁ ସମ୍ମାନ ଜନକ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିବା ବେଳେ ସେପ୍ଟେମ୍ବର ୫ ତାରିଖ ୨୦୦୭ ମସିହାରେ ଭାରତ ର ମହାମହିମ ରାଷ୍ଟ୍ରପତି ଙ୍କ ଦ୍ବାରା ସମ୍ମାନୀତ ହୋଇଥିଲେ। ସେ ସରଳ ଜୀବନ, ଉଚ୍ଚ ଚିନ୍ତନ, ସାଧୁତା, ଓ ସୌଜନ୍ୟତା ତାଙ୍କ ବ୍ୟକ୍ତିତ୍ଵ ର ଗୋଟିଏ ଗୋଟିଏ ମହନୀୟ ଦିଗନ୍ତ। ଆକାଶବାଣୀ ଭବାନୀପାଟଣା ରୁ ପ୍ରଚାରିତ ତାଙ୍କର ବହୁ ଲେଖାକୁ ନେଇ ( ଆସ ଶୁଣିବା) ପୁସ୍ତକଟି ସମସ୍ତ ଶ୍ରେଣୀର ପାଠକ ପାଠିକା ମାନଙ୍କ ମନରେ ବେଶ ମନଛୁଆଁ ହୋଇପାରିଥିଲା । ୨୦୦୫ ମସିହାରେ  ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲେଖକ , କୃତିଶିକ୍ଷକ, ଲୋକ ବାଦ୍ୟ ର ନିର୍ଦେଶକ ରୂପେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page