ବାଲିଗୁଡା: ଭଳି ଜନବହୁଳ ସ୍ଥାନର ଏକା ମାତ୍ର ନିର୍ଭରଯୋଗ୍ୟ ଡାକ ବିଭାଗ ହେଉଛି ମୁଖ୍ୟ ରାସ୍ତା କଡରେ ଥିବା କାର୍ଯ୍ୟାଳୟ. ହେଲେ ଦୁଃଖର ବିଷୟ ଉକ୍ତ କାର୍ଯ୍ୟାଳୟ ପାଲଟିଛି ଗାଡି ପର୍କିଙ୍ଗ ସ୍ଥାନ. ବହୁ ଦିନ ଧରି ଏକ ବିଳାସପୂର୍ଣ୍ଣ ଚାରିଚକିଆ ଯାନ ଡାକ କାର୍ଯ୍ୟାଳୟ ର କଣ୍ଠରୁଦ୍ଧ କରି ରଖିଛି I ଅପରପକ୍ଷେ କାର୍ଯ୍ୟାଳୟ ରେ ନାହିଁ ଲୋକଙ୍କ ପାଇଁ ପାଣି ବ୍ୟବସ୍ଥା ନାହିଁ ପଙ୍ଖା ବ୍ୟବସ୍ଥା ଏପଟେ ଆଧାର କାର୍ଡ ପାଇଁ ଆସୁଥିବା ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି I ମହିଳାମାନେ ଶୁଭଦ୍ରା ଟଙ୍କା ଉଠେଇବା ପାଇଁ ଆସି ମୁଖ୍ୟ ରାସ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି I ଏପରି କି ଲଜ୍ଜ୍ୟା ର ବିଷୟ ଲଫାପାରେ ଅଠା ଲଗାଇବା ପାଇଁ ମାଗିଲେ ବାବୁ ମାନେ କହୁଛନ୍ତି ଘରେ ନେଇ ଲଗେଇକି ଆସ I ସରକାର ଆଉ ଆମକୁ ଅଠା ପାଇଁ ପଇସା ଦେଉନାହାନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି I ଅଧିକାରୀ ଜଣକ କହିଛନ୍ତି ଜେ ଆମେ କଣ ହାତରୁ କିଣି ଦେବୁକି ? ଜନସାଧାରଣ ପାଇଁ ନାହିଁ କୌଣସି ମୌଳିକ ସୁଭିଧା I କିନ୍ତୁ ବାବୁ ଙ୍କ ଗାଡି ପାଇଁ ଅଛି ସମସ୍ତ ବ୍ୟବସ୍ତା ଏହି ସମସ୍ତ ସମସ୍ୟା ବିଷୟରେ ବାବୁଙ୍କ କୌଣସି ନିଘା ନାହିଁ କିନ୍ତୁ ଗାଡି ପାଇଁ ଅଛି ତାଙ୍କର ଆହେତୁକ ଅନୁକମ୍ପା I ଏଣୁ ବାବୁଙ୍କୁ ଗାଡି ମୋହ ରୁ ବିରତ ରହି ଜନସାଧାରଣ ତଥା ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ଙ୍କ ଆବଶ୍ୟକ ସୁବିଧା ଯୋଗେଇବା ସହ ବାବୁ ଙ୍କର ବିଳାସ ପୂର୍ଣ୍ଣ ଯାନକୁ କାର୍ଯ୍ୟାଳୟ ଆଗରୁ ବାହାର କରିବା ପାଇଁ ଜନସାଧାରଣ ଦାବି ହେଉଛି I
ମନୋଜ କୁମାର ପଣ୍ଡା, ଉତ୍କଳ ବୁଲେଟିନ