ଡିଜିପି ଡିସ୍କ ରେ ସମ୍ମାନିତ ହେଲେ ପ୍ରଣବ କିଶୋର ପଣ୍ଡା

ବଲାଙ୍ଗିର: ବଲାଙ୍ଗିର, କଟକ ସ୍ଥିତ ରାମକୃଷ୍ଣ ପାଢ଼ୀ ମେମୋରିଆଲ ହଲ ପରିସରରେ ୯୦ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗୀକୃତ ସେବା ନିମନ୍ତେ ରାଜ୍ୟ ଆରକ୍ଷୀ ସଦର ମହକୁମା, କଟକ ରେ କାର୍ଯ୍ୟରତ ସହକାରୀ ଆରକ୍ଷୀ ଉପ ନିରିକ୍ଷୀକ ପ୍ରଣବ କିଶୋର ପଣ୍ଡାଙ୍କୁ ସମ୍ମାନଜନକ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଏହି ପଦକ ପ୍ରଦାନ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ l ପ୍ରଣବ କିଶୋର ପଣ୍ଡା ଜଣେ ଦକ୍ଷ ଓ ସଚ୍ଚୋଟ ଆରକ୍ଷୀ ଅଧିକାରୀ ଭାବେ ଓଡିଶା ପୋଲିସ ବିଭାଗରେ ବେଶ ପରିଚିତ l ଦୀର୍ଘ ତିରିଶ ବର୍ଷ ଚାକିରୀକାଳ ମଧ୍ୟରେ ସେ ଅନେକ ପୁରସ୍କାର ସହିତ ରାଜ୍ୟପାଳ ପଦକ ରେ ସମ୍ମାନିତ ହୋଇଅଛନ୍ତି l ଚାକିରୀ ସର୍ତାବଳୀ ସମ୍ବନ୍ଧୀୟ ମକଦ୍ଦମାରେ ସରକାରୀ ଓକିଲଙ୍କ ସହିତ ବିଚାର ବିମର୍ଷ କରି ଅଦାଲତ ରେ ସରକାର ଙ୍କ ପକ୍ଷ ରଖି ଅନେକ କେଶ ରେ ସରକାରଙ୍କୁ ଜିତାଇବାରେ ସହାୟତା କରି ଆସିଛନ୍ତି ଓ ଅନେକ ପ୍ରଶଂସା ସାଉଁଟିଛନ୍ତି l ପ୍ରଣବ କିଶୋର ପଣ୍ଡା ଜଗତସିଂହପୁର ଜିଲ୍ଲା ର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମର ପୁରୁଷୋତ୍ତମ ପଣ୍ଡା ଓ ରେଣୁବାଳା ପଣ୍ଡା ଙ୍କର ଜ୍ୟେଷ୍ଠ ସନ୍ତାନ ଅଟନ୍ତି l ପ୍ରଣବ କିଶୋର ପଣ୍ଡା ତାଙ୍କର ଉଲ୍ଲେଖନୀୟ ସେବା ଓ ନିଷ୍ଠାପର କାର୍ଯ୍ୟ ପାଇଁ ଏହି ମର୍ଯ୍ୟାଦାଜନକ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପାଇଥିବାରୁ ତାଙ୍କ ପରିବାର ଓ ରଘୁନାଥପୁର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି l ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ସଦର ମହକୁମାର ଆରକ୍ଷୀ ଅଧିକ୍ଷକ ମଧୁସୂଦନ ବେହେରା, କିମସ, କଲରାବାଙ୍କ ର ଚିକତ୍ସା ଅଧିକାରୀ ଡ଼ା ଭାସ୍ୱତ୍ୱକାନ୍ତି ସେନଗୁପ୍ତା, ନିଶ୍ଚେତକ ବିଶେଷଜ୍ଞ ଡ଼ା ସ୍ଵର୍ଣ୍ଣଲତା ଦାଶ, ରଘୁନାଥ କର, ପ୍ରେମଲତା ପଣ୍ଡା ସମତେ ଅନେକ ଗଣମାଧ୍ୟମ ପ୍ରତିନିଧି,ବିଶିଷ୍ଟ ବ୍ୟକ୍ତି ଓ ଅନେକ ବନ୍ଧୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ l

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page