ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ

କଳାହାଣ୍ଡି,୩/୧/(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ଼ ମଣ୍ଡଳ ପକ୍ଷ ରୁ କୁର୍ଲୁପଡ଼ା ଗ୍ରାମରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ ହୋଇଯାଇଛି। ଏଥିରେ ଶିବ ପ୍ରସାଦ ସାହୁ ଙ୍କ ଆବାହକତ୍ବରେ ଉକ୍ତ ସଭା ଆହ୍ୱାନ କରାଯାଇଥିଲା। ମା ଚଣ୍ଡୀ ସମଲେଇଙ୍କ ପୂଜାର୍ଚନା ନେଗୀ ଓ ବେହେରା ଙ୍କ ଦ୍ୱାରା କରାଯାଇଥିଲା। ନେଗୀ କୋଦଣ୍ଡ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାଟି ଆରମ୍ଭ ହୋଇଥିଲା।ଏଥିରେ ଜିଲ୍ଲା ଉପସଭାପତି ଯୁବରାଜ ସାହୁ ଓ ଜିଲ୍ଲା ସଂଗଠନ ସମ୍ପାଦକ ଶୁଳପାଣି ସାହୁଙ୍କ ଦାୟିତ୍ୱରେ ସଭା ପରିଚାଳନା ହୋଇଥିଲା। ବୈଠକରେ କର୍ମକର୍ତ୍ତା ଚୟନ ପରେ ନେଗୀ କୋଦଣ୍ଡ ସାହୁ ଶପଥ ପାଠ କରାଇଥିଲେ ।ଉକ୍ତ ବୈଠକରେ ଉଦବୋଧନ ଦେଇ ସେ କହିଥିଲେ ମା ଚଣ୍ଡୀ ସମଲେଇଙ୍କ ନିକଟରେ ପ୍ରାର୍ଥନା କରି ଏହି ସଂଗଠନ କୁ ସୁଦୃଢ ଓ ପରସ୍ପର ମଧ୍ୟରେ ମିଳାମିଶା ହୋଇ ଭାଇଚାରା ସମ୍ପର୍କ ସ୍ଥାପନ କରିବା ପାଇଁ ମତ ପ୍ରକାଶ କରିଥିଲେ। ସେହିପରି ଜିଲ୍ଲା ଉପସଭାପତି ଯୁବରାଜ ସାହୁ ଯୁବ ସଂଗଠନ କୁ ମାର୍ଗଦର୍ଶନ କରାଇବା ସହିତ ଆପଣମାନଙ୍କ ସବୁବେଳେ ସହଯୋଗ ଦେବି ବୋଲି ଉଦବୋଧନ ରେ କହିଥିଲେ ।ଜିଲ୍ଲା ସଂଗଠନ ସମ୍ପାଦକ ଶୁଳପାଣି ସାହୁ ମଧ୍ୟ ଅଭିଭାଷଣ ଦେଇ ମୁଁ ଯେକୌଣସି କାର୍ଯ୍ୟ ରେ ସହଯୋଗ ର ହାତ ବଢାଇବା ସହ ଆଶୀର୍ବାଦ କାମନା କରିଥିଲେ । ମଣ୍ଡଳ ସଭାପତି ବିଭୀଷଣ ସାହୁ ଏବଂ ଭରତ ସାହୁ ମଧ୍ୟ ଅଭିଭାଷଣ ଦେଇଥିଲେ। କମିଟି ଗଠନ ପାଇଁ ଶୁଳପାଣି ସାହୁ ଙ୍କ ନେତୃତ୍ୱ ରେ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ପ୍ରମୋଦ ସାହୁ ନିର୍ବାଚିତ ହୋଇଥିଲେ , ସମ୍ପାଦକ ଭାବେ ପ୍ରଦୀପ ସାହୁ, କୋଷାଧକ୍ଷ ଭାବେ କବିରାଜ ସାହୁ, ଯୁଗ୍ମସମ୍ପାଦକ ଭାବରେ ହୃଷିକେଶ ସାହୁ, ଉପସଭାପତି ଭାବେ ଦିନ ସାହୁ ଓ ମାଧବ ସାହୁ ନିର୍ବାଚିତ ହୋଇଥିଲେ।ନେଗୀ କୋଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ, ଯୁବରାଜ ସାହୁ, ଶୁଳପାଣି ସାହୁ, ଶିବ ପ୍ରସାଦ ସାହୁ, ଲିଙ୍ଗରାଜ ସାହୁ, ବିଭୀଷଣ ସାହୁ, ଭରତ ସାହୁ, କୁଞ୍ଜବିହାରୀ ସାହୁ, ଅବି ସାହୁ, ପ୍ରଫୁଲ୍ଲ ସାହୁ, ଜିତୁ ସାହୁ ଓ ଗରୁଡ଼ ସାହୁ, ମଞ୍ଚାସୀନ ଥିଲେ ଏବଂ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page