ଥୁଆମୁଳ ରାମପୁର ବ୍ଳକରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୨୬/୦୨: ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ); କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବି ମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀଙ୍କ ଆଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଅନୁଷ୍ଠିତ ବୈଠକରେ ମୂଖ୍ଯ ଅତିଥି ଭାବେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅଳ୍ପ କିଛି ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀ, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ଯ ସଭ୍ଯା ଓ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଜେଇ, ସମେତ ରୋଜଗାର ସେବକ, ଏଡିଓ ଉପସ୍ଥିତ ରହିଥିଲେ। ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ଆମ ଓଡିଶା ଆମ ଗାଁ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ତେବେ ଏଥିରେ ବ୍ଳକର ଜଙ୍ଗଲ ବିଭାଗ ଓ ଓ୍ବାଟରସେଟ ବିଭାଗରେ ଅଧିକ ଅନିୟମିତ ହେଉଥିବା ଘଟଣାକୁ ନେଇ ବିଭାଗୀୟ କର୍ମଚାରୀ ମାନଙ୍କୁ ସାଂସଦ ପ୍ରତିନିଧି ତାଗିତ୍ କରିଥିଲେ। ପୁଣି କହିଥିଲେ ଯେ ଯଦି ଓଡିଶା ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଯାହାକି ବିକଶିତ ଗାଁ ବିକଷିତ ଓଡ଼ିଶା କାର୍ଯ୍ଯକ୍ରମ ସଫଳତା ଶିର୍ଷରେ ପହଞ୍ଚିବା ପାଇଁ ହେଲେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ନିଜ ନିଜ କର୍ତ୍ତବ୍ୟକୁ ଉଛିତ୍ ଭାବରେ ସମ୍ପାଦନ କରିବାକୁ ପଡିବ, ଲୋକଙ୍କ ପାଖକୁ ସରକାରଙ୍କ ବିଭାଗ ଯୋଜନା ଠିକ ସମୟରେ ପହଞ୍ଚିବାର ଆବଶ୍ୟକତାରହିଛି, ଯେମିତି କି ସରାକାରୀ ଯୋଜନା ଲୋକଙ୍କ ପାଖକୁ ଠିକ୍ ଭାବରେ ପହଞ୍ଚିଲେ ସେମାନେ ଉପକୃତ ହେଲେ ହିଁ ସରକାରଙ୍କ ଏହି ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ ବୋଲି କହିଥିବା ବେଳେ କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀ ବ୍ଳକରେ ଥିବା କିଛି ବିଭାଗରେ କର୍ମଚାରୀ ମାନଙ୍କ ମନମୁତାବକ କାର୍ଯ୍ଯ କରୁଛନ୍ତି, ଏହାଛଡା ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଖାତିର କରୁନଥିବା ଘଟଣା ବୈଠକରେ ଶ୍ରୀ ମାଝୀ ପ୍ରକାଶ କରିଥିଲେ। ସେପୁଣି କହିଥିଲେ ଯେ କିଛି ବିଭାଗର କର୍ମଚାରୀ ମାନେ ସମିତି ବୈଠକ ଭଳି ଦିନରେ ଅନୁପସ୍ଥିତ ରହିବା ଏହା ଏକ ସମ୍ବେଦନଶୀଳ ବିଷୟ ପାଲଟିଛି। ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ, ବ୍ଳକର ହିତାଧିକାରୀଙ୍କୁ କେଉଁଭଳି ଭାବରେ କର୍ମଚାରୀ ମାନେ ସେବା ଯୋଗାଇବାରେ ସହାୟକ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ସେଯାହା ହେଉ ବୈଠକକୁ ଅତିରିକ୍ତ ଜିପିଓ ତ୍ରିଲୋଚନ ନାୟକ ପରିଚାଳନା କରିଥିବା ବେଳେ ବ୍ଳକର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page