କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଚୋରା ଗଞ୍ଜେଇ କାରବାର ଘଟଣାରେ ଧର୍ମଗଡ଼ ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ କରିବା ସହ ତିନି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ବିଭାଗୀୟ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଓ ସହକାରୀ ଅଧୀକ୍ଷକ ସାଗରିକା ପ୍ରଧାନଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ଧର୍ମଗଡ଼ ସହରର ବସ୍ତି ପଡାରେ ଚଢାଉ କରାଯାଇ ଗୁଣନିଧି ନାଏକଙ୍କ ଠାରୁ ୩କେଜି ଗଞ୍ଜେଇ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।ସେହିପରି କୋକସରା ଥାନା ଅଧିନସ୍ତ ପଲସାପଡା ଠାରେ ଚଢାଉ କରାଯାଇ ଭୁବନେଶ୍ଵର ମେହେର ଓ ଅରକ୍ଷିତ ମେହେରଙ୍କ ଠାରୁ ମୋଟ ୪କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା ।ଧର୍ମଗଡ଼ ଅବକାରୀ ଥାନାରେ ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।ଏହି ଚଢାଉରେ ଧର୍ମଗଡ଼ ଅବକାରୀ ନିରୀକ୍ଷକ ଅରୁଣ କୁମାର ଯୋଶୀ, ଧର୍ମଗଡ଼ ଓଆଇସି ପ୍ରତିମା ବେହେରା, ଜୁନାଗଡ଼ ଓଆଇସି ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଜୟପାଟଣା ଓଆଇସି ସୁରେଶ ଭୋଇ, କୋକସରା ଓଆଇସି ଗୁପ୍ତେଶ୍ଵର ପଟେଲ ଓ ଅନ୍ୟମାନେ ସହଯୋଗ କରିଥିଲେ |

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି ପ୍ରତିନିଧି