ଧର୍ମପରାୟଣା ଵୟଵୃଦ୍ଧାଙ୍କ ପରଲୋକ

ଚିଲିକା,୪।୨: ନାଚୁଣୀ ନିବାସୀ ସ୍ଵର୍ଗତ କେଳୁଚରଣ ସାହୁ ଙ୍କର ଧର୍ମ ପତ୍ନୀ ଵୟୋଵୃଦ୍ଧା ମହିଳା ସୁକୁମାରୀ ସାହୁଙ୍କର ଆଜି ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୧୫ ବର୍ଷ ହୋଇଥିଲା।ସ୍ବର୍ଗତା ସୁକୁମାରୀ ସାହୁ ପୂର୍ବତନ ନାଚୁଣୀ ସରପଞ୍ଚ ତଥା ସୁନାମ ଧନ୍ୟ ସମାଜ ସେବୀ ସ୍ଵର୍ଗତ ପୂର୍ଣ୍ଣ ଚନ୍ଦ୍ର ସାହୁ ତଥା ନାଚୁଣୀ ଗୋଦାବରୀଶ ମାଇନର ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଙ୍କ ମାତା ଥିଲେ।ସେ ଜଣେ ସ୍ନେହୀ, ପରୋପକାରୀ ଓ ଧର୍ମପ୍ରାଣା ମହିଳା ଭାବେ ଏ ଅଞ୍ଚଳରେ ପରିଚିତ।ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ନାଚୁଣୀ ସ୍ଥିତ ନିଜ ବାସଭବନରେ ଶର୍ଯ୍ୟାଶାୟୀ ଥିଲେ। ପ୍ରାକ୍ତନ ଚିଲିକା ବିଧାୟକ ଡ଼ାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ନାଚୁଣୀ ଗୋଦାବରୀଶ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର ଓ ବର୍ତ୍ତମାନର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଶବର , ନାଚୁଣୀ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଶେଷ ଦର୍ଶନ କରି ତାଙ୍କର ଶଵାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି କରିଥିଲେ।ତାଙ୍କ ଶେଷ କୃତ୍ୟ ପୁରୀ ସ୍ଵର୍ଗ ଦ୍ଵାର ଠାରେ ହୋଇଥିଲା।ମଧ୍ୟମ ପୁତ୍ର ବସନ୍ତ କୁମାର ସାହୁ(ବୁଡୁ) ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର୍ ଛାୟା ଖେଳି ଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page