ନର୍ଲା ରେ ମିଶନ ଶକ୍ତି ଜୀବିକା ମିଶନରେ ନକଲି ସାର୍ଟିଫିକେଟ ରେ ନିଯୁକ୍ତି ଅଭିଯୋଗ ନିୟମାବଳୀ କୁ ଫୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ର ଏକ ଅବହେଳିତ ଅନୁନ୍ନତ ନର୍ଲା ବ୍ଲକ ରେ ୨୬ ଗୋଟି ଗ୍ରାମ ପଞ୍ଚାୟତ ରେ ଜିପିଏଲ୍ଏଫ୍ ଏବଂ ବିଏଲ୍ଏଫ୍ ମାନ ପ୍ରତି ଦୁଇ ବର୍ଷରେ ଥରେ ନୂତନ ଭାବରେ ଗଠନ ହେବା ସରକାରୀ ନିୟମ ରହିଥିବା ବେଳେ ନର୍ଲା ବ୍ଲକରେ ତାହା ଓଲଟା ଚିତ୍ର ଦେଖିବାକୁ ମିଳୁଛି | କାରଣ ଏଠି ବିଏଲ୍ଏଫ୍ ରେ ଥିବା ସଭାନେତ୍ରୀ ଏବଂ ସମ୍ପାଦିକା ଦୀର୍ଘ ଆଠ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତମ୍ବା ପଟା ପାଇଲା ଭଳି ଗାଦି ମାଡ଼ି ବସିଥିବାରୁ ବିଭିନ୍ନ ମହିଳା ଗୋଷ୍ଠୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଏପରିକି ଏହି ଦୁଇ ଭ୍ରଷ୍ଟ ଦୁର୍ନୀତି ରାଣୀ ମହିଳା ସମ୍ପାଦିକା ଓ ସଭାନେତ୍ରୀ ସି.ଆର୍.ପି , ଏମ୍.ବି.କେ, ବ୍ୟାଙ୍କ୍ ମିତ୍ର ନିଯୁକ୍ତି ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ କର୍ମୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଆଦାୟ କରି ଜଣେ ବିଭାଗୀୟ ବ୍ଲକ ପଦାଧିକାରୀଙ୍କୁ ତୁଷ୍ଟିକରଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସୁଅଛି | କାରଣ ଏମାନେ ବହୁ ନକଲି ଶିକ୍ଷ୍ୟାଗତ କର୍ମୀଙ୍କୁ ଅର୍ଥ ଲୋଭରେ ଚାକିରୀ ଦେବା ଓ ସ୍ଥାୟୀ ବାସିନ୍ଦା ପ୍ରମାଣ ନ ଥାଇ ଏମାନଙ୍କ ମିଳି ଭଗତରେ ବିଭିନ୍ନ ପଦବୀରେ ଟଙ୍କା ଆଦାୟ କରି ନିଯୁକ୍ତି ଦେବା ଅଭିଯୋଗ ଆସୁଛି ଏବଂ ବ୍ଲକ କୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ତାଲିମ ସମ୍ବନ୍ଧିତ ସଚେତନ ଧର୍ମି କାର୍ଯ୍ୟକ୍ରମ ମାସିକ ବୈଠକ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆସିଥିବା ସରକାରୀ ଅର୍ଥକୁ ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି | ଏହି ଅଭିଯୋଗ ରେ ଓଏଲ୍ଏମ୍ ର ବ୍ଲକ ସଂଯୋଜକଙ୍କୁ ସମସ୍ତ ଘୋଟାଲାର କିଙ୍ଗ ପିଙ୍ଗ ତଥା ମାଷ୍ଟର ମାଇଣ୍ଡ ବୋଲି ସାଧାରଣରେ ଆଲୋଚନା ହେଉଛି | ଏଣୁ ଏ ଦିଗରେ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଦୁଇ ବର୍ଷରେ ଥରେ ନୂତନ କମିଟି ହେବା ପରିବର୍ତ୍ତେ ଆଠ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗାଦି ମାଡ଼ି ବସିଥିବା ପଦାଧିକାରୀଣୀ ମାନଙ୍କ ପ୍ରଚ୍ଛଦ ପଟର ଖଳନାୟକ କିଏ? କେଉଁ ଅଦୃଶ୍ୟ ଶକ୍ତିରେ ଚାଲିଛି ଏହି ମହା ଘୋଟଲା? ତାହା ତଦନ୍ତ ସାପେକ୍ଷ୍ୟ ଏବଂ ଦୁର୍ନୀତିରେ ଲିପ୍ତ ଥିବା ମାଷ୍ଟର ମାଇଣ୍ଡ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page