ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା

ଭୁବନେଶ୍ୱର: ନିଃସ୍ୱାର୍ଥ ସେବା ଓଡ଼ିଶା ର ସପ୍ତମ ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି ସଂଗଠନ । କୌଣସି ଚାକଚକ୍ୟ ଉତ୍ସବ ପାଳନ ନକରି ଜଣେ ଅସହାୟ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ । ଆଚାର୍ଯ୍ୟ ହରିହର ମେଡ଼ିକାଲ ରେ ସଂଗଠନ ର କର୍ମକର୍ତ୍ତା ପହଞ୍ଚି ବାଲେଶ୍ୱର ଜିଲ୍ଲାର ପଚାଶ ବର୍ଷୀୟ କର୍କଟ ରୋଗୀ ଜୟନ୍ତ ଗିରୀଙ୍କୁ କୋଟିଏ ହଜାର କୋଟିଏ ଟଙ୍କା ଅର୍ଥରାଶି ପ୍ରଦାନ କରିଛି ସଂଗଠନ । ଏହାସହ ଭୁବନେଶ୍ୱର ଭରତପୁରରେ ଉଦଘାଟନ ହେବାକୁ ଥିବା ମୋ ଘର ବୃଦ୍ଧାଶ୍ରମକୁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି । ଏହିଭଳି ମାନବୀୟ କାର୍ଯ୍ୟକ୍ରମ ରେ ସଂଗଠନ ପ୍ରତିଷ୍ଠାତା ରଶ୍ମି ରଞ୍ଜନ ମାର୍ଥା, ସଭାପତି ମିଥୁନ ନାୟକ, ସମ୍ପାଦକ ଅମରଜିତ ବାରିକ, ରୀଙ୍କୁ ଷଡଙ୍ଗୀ, ତାରାଶଙ୍କର ସାହୁ, ସୁଶାନ୍ତ ସାମନ୍ତରାୟ, ଜ୍ୟୋତିରଞ୍ଜନ ତ୍ରିପାଠୀ ଓ ରାଜଧାନୀ ସେବାସଙ୍ଘ ର ସଭାପତି ଧୀରେନ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ୟ୍ଯ ସମ୍ପାଦନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page