ଆଜି ମାର୍ଚ୍ଚ କୋଡ଼ିଏ ତାରିଖ
ବିଶ୍ଵ ପାଲୁଚି ପଖାଳ ଦିବସ
ଓଡ଼ିଆ ଙ୍କ ହାଣ୍ଡିଶାଳ ର ଖାଦ୍ୟ
ପଖାଳ ନାଆଁ ରେ ସେ ପରିଚିତ
ଜଗତର ନାଥ ଶ୍ରୀ ଜଗନ୍ନାଥ
ଦହିପଖାଳ ନିତି ଖାଆନ୍ତି
ପଖାଳ ଭାତରେ ଗୁଆ ଘିଅ ଖାଇ
କାଳିଆ ଦି ଅଂ ନିଦ୍ରା ଯାଆନ୍ତି
ଦହିପଖାଳ କୁ ଧୋ ପଖାଳ
ଚିପୁଡ଼ା ପଖାଳ , ଟଭା ପଖାଳ
ମଲ୍ଲି ଫୁଲିଆ କୁ କଦଳୀ ଭାଜା
ଜାଗତ ନାଥ ଙ୍କୁ ଲାଗଇ ଭଲ
ଆମେ ଓଡ଼ିଆ ଭାରି ବଢ଼ିଆ
ବଢ଼ିଆ ଆମ ମାତୃଭାଷା
ଆମ ଚାଷୀ ଭାଇ ସବୁଠୁ ଭଲ
ତାଠୁ ଭଲ ତା ପଖାଳ କଂସା
ମଦରଙ୍ଗା ଶାଗ, ଆଳୁ ପିଆଜ
ବଡି ଚୁରା ସାଙ୍ଗେ ଶୁଖୁଆ ରାଇ
ନିଇତି ଖାଏ ସେ ଚାଷୀ ଭାଇ
ଅଂଶୁଘାତ ରୁ ବଞ୍ଚିବା ପାଇଁ
ଉଦର ପୂରିତ ମନ ପ୍ରଫୁଲ୍ଲିତ
ରଖେ ଶରୀର ସୁସ୍ଥ ସବଳ
ପ୍ରତି ଓଡିଆଙ୍କ ଚିର ପରିଚିତ
ପ୍ରିୟ ଖାଦ୍ୟ ସେ ପଖାଳ
ବୃଦ୍ଧ ବନିତା ନେତା ଅଭିନେତା
ସରବେ ଆଦରେ ଖାଇ ଥାନ୍ତି
ନ ତିଅଣ କୁ ଛ ଭଯା ଖାଇ
ପଖାଳ ର ଗୁଣ ଗାଇଥାନ୍ତି
ପଲ୍ଲୀ ରୁ ଦିଲ୍ଲୀ ସବୁଠି ଆଜି
ପଖାଳ ସୁଆଦ ପଣର କଥା
ପଖାଳ ଆମ ଓଡିଶା ମାଟିର
ଓଡ଼ିଆ ଙ୍କ ନିଜ ଅସ୍ମିତା ଗାଥା
✍️ଲେଖିକା ସରୋଜିନୀ ମିଶ୍ର ,
ଜୟଦେବ ବିହାର ,ଭୁବନେଶ୍ବର
ମୋ -9439200126

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page