ପଞ୍ଜିଆ  ପ୍ରାଥମିକ ବିଦ୍ୟାଳୟ ରେ ଗଣତନ୍ତ୍ର ଦିବସ ପାଳିତ

ଧର୍ମଗଡ ୨୬/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଦେଶରେ ପାଳନ ହୋଇ ଯାଇଛି ୭୬ ତମ ଗଣତନ୍ତ୍ର ଦିବସ l ଦିଲ୍ଲୀ ଠୁ ପଲ୍ଲୀ ଏ ନେଇ ସବୁଠି ଉତ୍ସବର ମାହୋଲ୍ l ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ ଖମାରହଲଦୀ  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଜିଆ  ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ଗଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ  ମାନେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ହାତରେ ପତାକା ଧରି ଭାରତ ମାତା କି ଜୟ ବନ୍ଦେ ମାତରମ ଧ୍ଵନି ଦେଇ ଜାତୀୟ ସଙ୍ଗୀତ ଗାନ କରି ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁରେଶ୍ଵରୀ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି  ଜନ୍ମେଜୟ ନାଏକ, ସହ ଶିକ୍ଷକ ଗଣନାଥ ଦୀପ, ହୃଦ ମାଝୀ, ସହ ଶିକ୍ଷୟତ୍ରୀ ଯୋଷ୍ନା ରାଉତ, ରଞ୍ଜିତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଗଣତନ୍ତ୍ର ଦିବସ ବିଷୟରେ ଉପସ୍ଥିତ ବିଶେଷ ବ୍ୟକ୍ତି ମାନେ ନିଜ ନିଜ ମନ୍ତବ୍ୟ ରେ ପରିପ୍ରକାଶ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page