ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧି ଅପରାଧ ଦଣ୍ଡମୁକ୍ତ ଅନ୍ତ ଦିବସ-୨୦୨୪ ପାଳନ

ଭୁବନେଶ୍ୱର(ବ୍ୟୁରୋ): ପୃଥିବୀର କୋଣ ଅନୁକୋଣରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ଲୋକମାନଙ୍କ ପାଖରେ ପହଚାାଇ ସେମାନଙ୍କୁ ସଚେତନ ଓ ସତର୍କ କରିବାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଭୂମିକା ଅଗ୍ରଗଣ୍ୟ। ବିଶ୍ୱର ସଙ୍କଟ ଓ ଜରୁରୀ ସମୟରେ ଲୋକଙ୍କ ସାହାଭରଷା ହୋଇ ଛିଡ଼ା ହୋଇଥାଏ ଗଣମାଧ୍ୟମ ଓ ସାମ୍ବାଦିକମାନେ ବହୁ କଷ୍ଟ ସ୍ୱୀକାର କରି ରାଷ୍ଟ୍ର ଓ ବିଶ୍ୱର ପ୍ରଗତି ପାଇଁ ଅଣ୍ଟା ଭିଡ଼ି ଛିଡ଼ା ହେଉଛନ୍ତି। ଯୁଦ୍ଧ, ବନ୍ୟା, ବାତ୍ୟା ଭଳି ଭୟଙ୍କର ସମୟରେ ଟିକିନିଖି ଖବର ଲୋକଙ୍କ ପାଖରେ ପହଚାାଇବାରେ ସାମ୍ବାଦିକମାନେ ଦିନରାତି ଏକ କରିଦିଅନ୍ତି। ସର୍ବସାଧାରଣ ଓ ସରକାର ମଧ୍ୟରେ ଗଣମାଧ୍ୟମ ଏକ ଶଙ୍ଖ ଭଳି। ଲୋକଙ୍କର ଅସୁବିଧା ସରକାରଙ୍କ ପାଖରେ ପହଚାାଇବା ଓ ସରକାର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିବାରେ ସାମ୍ବାଦିକଙ୍କ ଉଦ୍ୟମ ପ୍ରଶଂସନୀୟ। ସାମ୍ବାଦିକମାନେ ସତ୍ୟର ଅନୁସନ୍ଧାନ କରି ନିରପେକ୍ଷ ଖବର ପରିବେଷଣ କଲେ ସମାଜର ପ୍ରଗତି ପ୍ରଶସ୍ତ ହେବ। ତେଣୁ ସେମାନଙ୍କର ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱ ଦେବା ଉପରେ ଭୁବନେଶ୍ୱରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ସାମ୍ବାଦିକ ବିରୋଧି ଅପରାଧ ଦଣ୍ଡମୁକ୍ତ ଅନ୍ତ ଦିବସ-୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡଃ ବିପିନ୍‌ ବିହାରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଜୀବନକୁ ବାଜି ଲଗାଇ ଯୁଦ୍ଧଭୂମି ହେଉ କି ବନ୍ୟାବାତ୍ୟା ସ୍ଥାନରୁ ହେଉ, ସମସ୍ତ ଘଟଣାକୁ ସରକାର ଓ ଲୋକଙ୍କ ପାଖରେ ପହଚାାଇ ସାମ୍ବାଦିକ ତାର ଆଶୁ ସମାଧାନର ରାସ୍ତା ସୁଗମ କରିଥାଏ। କିନ୍ତୁ ତା’ର ସୁରକ୍ଷାକୁ ନେଇ କେହି ଚିନ୍ତିତ ନୁହଁନ୍ତି। ସାରା ବିଶ୍ୱରେ ସେମାନଙ୍କ ଉପରେ ହେଉଥିବା ଅପରାଧରନ୍ୟାୟିକ ତଦନ୍ତ ଠିକ୍ ରୂପେ ହେଉନାହିଁ। ସେମାନଙ୍କ ଭବିଷ୍ୟତର ସୁରକ୍ଷିତ ଜୀବନ ପାଇଁ ସରକାରୀସ୍ତରରେ ଅବହେଳା ହେଉଛି। ସରକାର ସମସ୍ତଙ୍କର ଗଣତି କରୁଥିବା ବେଳେ ସାମ୍ବାଦିକଙ୍କ ଗଣତି କରିାରୁ ନାହାନ୍ତି ଏବଂ ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକ ଏଥିପ୍ରତି ବିଧିବଦ୍ଧ ଭାବରେ ଧ୍ୟାନ ନଦେବା ମୁଖ୍ୟବକ୍ତା ବରିଷ୍ଠ ସ୍ତମ୍ଭକାର, ସାମ୍ବାଦିକ ତଥା ଆଲୋଚକ ଡ. ସାରଦା ପ୍ରସାଦ କର ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌, ସମାଜସେବୀ ତଥା ସାହିତ୍ୟ ସଂଗଠକ ଶଶଧର ପଣ୍ଡା ବନ୍ୟା ବାତ୍ୟା ସମୟରେ ତୃଣମଳସ୍ତରରେ ପହଚାନ୍ତି ସାମ୍ବାଦିକମାନେ ଯେଉଁ ସାହସ ଓ ନିର୍ଭିକତା ସହ ଖବର ପ୍ରେରଣ କରନ୍ତି ସେଥି ପ୍ରତି ସମସ୍ତେ ଧ୍ୟାନ ଦେବା ସହସେମାନଙ୍କର ସୁରକ୍ଷା ଉପରେ ସରକାରୀ ଓ ବେସରକାରୀସ୍ତରରେ ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ରାଜନୈତିକ ବ୍ୟକ୍ତିବିଶେଷଙ୍କ ଠାରୁ ଦୂରେଇ ରହି ସାଲିସ ବିହୀନ ସମ୍ବାଦ ପ୍ରକାଶ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ସମାଜସେବୀକା, ସୁସାହିତ୍ୟିକା ତଥା ଅରଭାନୀ ସମୟର ଉପଦେଷ୍ଟା ଇନ୍ଦିରା ମିଶ୍ର ସାମ୍ବାଦିକମାନଙ୍କ କାର୍ଯ୍ୟ, ଧୈର୍ଯ୍ୟ ଓ ସାହସକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ନିଜ ଅଭିଜ୍ଞତା ଆଧାରରେ ସାମ୍ବାଦିକଙ୍କ ନକରାତ୍ମକ ଓ ସକରାତ୍ମକ କାର୍ଯ୍ୟଶୈଳୀକୁ ବିଶ୍ଲେଷଣ କରି ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ଉପରେ ପ୍ରାଧାନ୍ୟ ଦେଇଥିଲେ। ଅନ୍ୟତମ ଅତିଥି ସମାଜସେବୀକା ଜ୍ୟୋକ୍ଟରା ପରିଡ଼ା ଖବରକାଗଜର ଗୁରତ୍ୱକୁ ଅନୁଧ୍ୟାନ କରି ଗଣମାଧ୍ୟମ ଲୋକଙ୍କ ପାଇଁ ଏବଂ ଲୋକେ ଗଣମାଧ୍ୟମ ସୁରକ୍ଷା ପାଇଁ କାମ କରିବା ଉପରେ ଆଲୋକପାତ କରିଥିଲେ। ଅଷ୍ଟିନ୍ ନ୍ୟୁଜର ସମ୍ପଙ୍କଦକ ଅଜୟ ଅନୁରାଗ ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ। ସଙ୍କଟ ଓ ଜରୁରୀକାଳୀନ ପରିସ୍ଥିତିରେ ସାମ୍ବାଦିକଙ୍କ ସୁରକ୍ଷା ବିଷୟରେ ଏହି ଆଲୋଚନାଚକ୍ରରେ ସମାଜସେବୀ ମନୋରନ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସମ୍ପଙ୍କଦକ ରମେଶ କୁମାର ମହାପାତ୍ର ଏହିଭଳି ଏକ ପବିତ୍ର ବୃଚାିରେ ଥିବା ବ୍ୟକ୍ତିବିଶେଷ ବିଶ୍ୱର ମଙ୍ଗଳ ସାଧନରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅରବିନ୍ଦ ତ୍ରିାଠୀ,ମହେନ୍ଦ୍ର କୁମାର ଚୌଧୁରୀ, ବାଳକୃଷ୍ଣ ରାଉତ, ଶ୍ରୀକା ରାଉତ, ମଳୟ କୁମାର ସାମଲ, କୈଳାସ ଚନ୍ଦ୍ର ବେହେରା, ଜୟଶେଖର ଦାଶ, ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ, ସାମ୍ବାଦିକ ରୀନା ମହାନ୍ତି, ଫଟୋ ସାମ୍ବାଦିକ ସଦାନନ୍ଦ ରଣା, କୃଷ୍ଣଚନ୍ଦ୍ର ବାରିକ ଓ ଫିଠା ଗବେଷିକା ସୁକ୍ତା ସ୍ୱାଇଁଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page