ପିସ୍‌ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍‌ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା କଳାକାର ପୁଷ୍ପା ପଣ୍ଡା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସର୍ଜ୍ଜନ ଡାକ୍ତର ଜିତେନ୍ଦ୍ର ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ିଶାର ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଉପସ୍ଥିତ ରହିବା ସହିତ ବିଦ୍ୟାଳୟର ସାମାଜିକ ଉତ୍ତର ଦାୟିତ୍ୱ ପାଠପଢ଼ା ସହିତ ଆଜିର ବିଦ୍ୟାର୍ଥୀମାନେ ପୁଜ୍ୟପୂଜା ଓ ଗୁରୁପରମ୍ପରାକୁ ଆଧାର କରି କିପରି ଜଣେ ଉତ୍ତମ ନାଗରିକ ହୋଇପାରିବେ ତାହା ଉପରେ ଆଲୋକପାତ କରିଥିଲେ। ପିତାମାତା ସାମାଜିକ ଦାୟିତ୍ୱ ପାଳନ କରିବା ଆବଶ୍ୟକ ବୋଲି ମୁଖ୍ୟବକ୍ତା ଡାକ୍ତର ସାହୁ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଦିପ୍ତିମୟୀ ନାୟକ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ତାଙ୍କରଉତ୍ତମମାନର କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ୱାଗତ ନୃତ୍ୟ ଆଦ୍ୟାଶା ମେକ୍‌ଅପ୍‌ଙ୍କ ଦ୍ୱାରାସମ୍ପନ୍ନ ହୋଇଥିଲା। ଏହି ଅବସରରେ ବିଭିନ୍ନ ନୃତ୍ୟ, ସଙ୍ଗୀତ, ପାଠପଢ଼ା ଇତ୍ୟାଦି ପାଇଁ ବିଦ୍ୟାର୍ଥୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷା ଅର୍ପିତା ଶୁକ୍ଳା, ସରସ୍ୱତୀ ତ୍ରିପାଠୀ, ତନୁଶ୍ରୀ ମଲ୍ଲିକ, ମମତା ପ୍ରିୟଦର୍ଶିନୀ, ଲୋପାମୁଦ୍ରା ମୋହିନୀ, ପିନାକୀ ବାରିକଙ୍କ ସହିତ ଅନ୍ୟ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page