ପୁରୀ 26ମାର୍ଚ୍ଚ : [26/3/2026] Priyabrata Barik:ବହୁଦିନ ର ଆଶା ଉତ୍କଣ୍ଠା, ଘାତ ପ୍ରତିଘାତ ବାଦ ବିବାଦ ଭିତରେ କାଳିଆର ରତ୍ନ ଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି l ସରକାର ଏବଂ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ ପକ୍ରିୟା କାର୍ଯ୍ୟ ପ୍ରଥମ ଦିନରେ ଗଣତି କାର୍ଯ୍ୟ ସୁଚାରୁରୂପେ ସରିଛି l କୋଟି କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରେ କେତେ ସୁନା ରୂପା ହୀରା ଅଳଙ୍କାର ଅଛି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତଙ୍କ ମନରେ ବହୁଦିନରୁ ଜାଣିବା ପାଇଁ ଉତ୍କଣ୍ଠା ରହି ଆସୁଛି l ଗଣତି ପୂର୍ଵରୁ ସବୁପ୍ରକାର ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ତା କରାଯାଇଛି l କିପରି ସୁରୁଖୁରୁରେ କାର୍ଯ୍ୟକୁ ସମାପ୍ତ କରିହବ ସେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି l ଯେପରି ଫଟୋଗ୍ରାଫି, ଭିଡିଓ ସୁଟିଙ୍ଗ, 3D ମ୍ୟାପିଙ୍ଗ ବ୍ୟବସ୍ତା କରାଯାଇଛି l 25ତାରିଖ ମଧ୍ୟାନ୍ନ 12.09 ରେ ଆରମ୍ଭ ହୋଇଥିଲା ଅଳଙ୍କାର ଗଣତି କାର୍ଯ୍ୟ l ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ପ୍ରାୟ ଗଣତି ଶେଷ ହୋଇଛି ବୋଲି ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ଏହି ଗଣତି କାର୍ଯ୍ୟରେ, ସୁପରଭାଇଜର ଟିମ, ହ୍ୟାଣ୍ଡଲ ଟିମ, ଦୁଇ ଜଣ ଯେମୋଲିଷ୍ଟ, ଭଣ୍ଡାର ମେକାପ, ମନ୍ଦିର ବଣିଆ ସାମିଲ ଅଛନ୍ତି l ପ୍ରାୟ ଛଅ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଚାଲିଲା ଗଣତି ମଣତି କାର୍ଯ୍ୟ l 1905ମସିହା ରେ ଶେଷ ଥର ହୋଇଥିବା ରଘୁନାଥ ବେଶ ଅଳଙ୍କାର ରହିଛି l 1978ମସିହା ତାଲିକା ଅନୁସାରେ ଭଣ୍ଡାର ଘରେ 4ହଜାର 364ଭରୀର 367ପ୍ରକାର ସୁନା ଅଳଙ୍କାର, 14ହଜାର 878ଭରୀର 231ପ୍ରକାର ରୂପା ଅଳଙ୍କାର ରହିଛି l ଏବଂ ଶ୍ରୀଭୁଜ, ଶ୍ରୀପୟର, କିରିଟ ଓ ବିଭିନ୍ନ ମାଳି ଆଦିର ଗଣତି ସହ ମେଳକ, ଦୈନଦିନ ନୀତିକାନ୍ତି ସହ ଯାନିଯାତ୍ରା ବେଳେ ଲାଗି ହୋଇଥିବା ଗହଣା ମଧ୍ୟ୍ୟ ରହିଛି l ଏବଂ ମହାପ୍ରଭୁଙ୍କ ରାହୁ, ରେଖା, ଚିତା ଆଦି ଗଣତି ହୋଇନାହିଁ l ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ରେ ଯାହା ଲାଗିଥାଏ ତାହା ମଧ୍ୟ ଗଣତି ହୋଇନାହିଁ ବୋଲି ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ କହିଛନ୍ତି l ସମ୍ପୂର୍ଣ ଗଣତି ପ୍ରକ୍ରିୟା ସରିଲାପରେ ଜନସାଧାରଣ ଙ୍କୁ ତଥ୍ୟ ପ୍ରଦାନ କରାଯିବ l
ପ୍ରିୟବ୍ରତ ବାରିକ, ଉତ୍କଳ ବୁଲେଟିନ