ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): ଭବାନୀପାଟଣା ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ମହା ସମାରୋହରେ ମହା ଶିବରାତ୍ରୀ ଓ ଜାଗର ପାଳନ ହୋଇ ଯାଇଛି l ପୁରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ସମେତ ଭବାନୀଶଙ୍କର ମନ୍ଦିର, ଭଣ୍ଡେଶ୍ଵର ମନ୍ଦିର, ଜଳେଶ୍ଵର ମନ୍ଦିର, ସୁକନାଭଟା, ଅଟାଙ୍ଗଗୁଡା, କାପସରା, ବାନ୍ଧପଲା, ଦେପୁର, ଦାଦପୁର ଏବଂ ଆଜି

ପ୍ରତିଷ୍ଠିତ ନକଟି ଗୁଡା ସ୍ଥିତ ନୀଳକଣ୍ଠେଶ୍ଵର ପଞ୍ଚାୟତନ ମନ୍ଦିର ଆଦି ସ୍ଥାନରେ ମହା ଆଡମ୍ବର ସହକାରେ ପାଳନ ହୋଇ ଯାଇଛି l ପୁରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ଵର ମନ୍ଦିର ଠାରେ ହରି ହର ଭେଟ କାର୍ଯ୍ୟକ୍ରମ ରେ ଅଶ୍ୱିନୀ ପ୍ରଧାନ ଓ ଜ୍ୟୋତିର୍ମୟୀ ଏବଂ ଇନ୍ଦ୍ରଜିତ୍ ମହାକୁଡ ଓ କଲ୍ୟାଣୀ ଦମ୍ପତି ଦ୍ୱୟ କର୍ତ୍ତା କର୍ତ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ l ସଦର ମାନ୍ୟବର ବିଧାୟକ ସାଗର ଚରଣ ଦାସଙ୍କ ଦ୍ୱାରା ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ପୂଜକ ଉଦ୍ଧବ ମୁନି, ମନ୍ଦିର କମିଟି ସଭାପତି ସିଦ୍ଧାର୍ଥ ନାୟକ, ରବୀନ୍ଦ୍ରନାଥ ପ୍ରଧାନ, ପରକ୍ଷିତ ବିଶ୍ଵାଳ ମନ ମୋହନ ପ୍ରଧାନ କମ୍ଭୂପାଣି ପରିଛା, ବେଣୁଧର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବିକାଶ ପ୍ରଧାନ, କାହ୍ନୁ ପ୍ରଧାନ, ସୀତାକାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୂଖ ସହଯୋ କରିଥିଲେ।

(ଭବାନୀପାଟଣାରୁ ଜଗନ୍ନାଥ ନାଏକଙ୍କ ରିପୋର୍ଟ)