ବଣମଲ୍ଲି ସାହିତ୍ୟ ସଂସଦ ଅନୁଷ୍ଠାନ ର ଉଦ୍ଘାଟନୀ ଉତ୍ସବ

ଧର୍ମଗଡ ୨୩/୦୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ସୁରମ୍ୟ ବନ ପାହାଡ଼ ଘେରା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ କରଞ୍ଜକୋଟ ଶିବ ମନ୍ଦିର ପରିସର ବଣମଲ୍ଲି ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ କବିତା ପାଠୋତ୍ସବ ଚଳିତ ମାସ ୨୩ ତାରିଖ ଦିନ ଉଦ୍ଘାଟନ ହୋଇଯାଇଛି। ବଣମଲ୍ଲି ସାହିତ୍ୟ ସଂସଦ ର ପ୍ରତିଷ୍ଠାତା କୁଞ୍ଜବିହାରି ପଟେଲ ତାଙ୍କ ପ୍ରୋତ୍ସାହନ କ୍ରମେ ଶିକ୍ଷାବିତ ରମେଶ ଚନ୍ଦ୍ର ବନ୍ଦିଛୋଡ କବିତା ଆସର ର ଅୟୋଜନ କରିଥିଲେ। ଏହି ସମାଜ ସଚେତନ ଧର୍ମି କବିତା ସଫଳ ରୁପାୟନ କରିବା ପାଇଁ  ସାମ୍ୱାଦିକ ଜନ୍ମେଜୟ ନାଏକ ତଥା , ସମାଜସେବୀ ଅନ୍ତର୍ଯ୍ୟାମୀ ସରାପ ସହଯୋଗ କରି ରୁଦ୍ଧିମନ୍ତ କରିଥିଲେ। ଉକ୍ତ କବିତା ପାଠୋତ୍ସବର ସଭାପତି ଶିକ୍ଷାବିତ ରମେଶ ଚନ୍ଦ୍ର ବନ୍ଦିଛୋଡ଼ ଙ୍କ ନେତୃତ୍ଵ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା କୁଞ୍ଜବିହାରୀ ପଟେଲ ସମ୍ପାଦକ ଅନ୍ତର୍ଯ୍ୟାମୀ ସରାପ , ସହ ସମ୍ପାଦକ ଜନ୍ମେଜୟ ନାଏକ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ କିଶୋର ଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ପୁର୍ବତନ ନୂଆଁ ଗାଁ ସରପଞ୍ଚ ଶ୍ୟାମ ସୁନ୍ଦର ଛତ୍ରିଆ ଓ ଅଜିତ ଭୋଇ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପୂର୍ବରୁ କବି ଶେଷଦେବ ଯୋଷୀ ଭଗବାନ ଗଣେଶ ଙ୍କ ମନ୍ତ୍ର ପଠନ ପୂର୍ବକ ପାରାୟଣ ଗାୟିକା ପୌରାଭି ସାହୁ ଏକ ହୃଦୟସ୍ପର୍ଶୀ ଭଜନ ଗାଇ ଥିଲେ। ଅଂଚଳ ର ଅନେକ କବି ଓ କବିୟତ୍ରି ଉକ୍ତ କବିତା ପାଠୋତ୍ସବ ରେ ଯୋଗଦାନ କରି ସ୍ଵ ଲିଖିତ କବିତା ମାନ ପାଠ କରିଥିଲେ। ପରେ କବି ଓ କବୟତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ  କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଜନ୍ମେଜୟ ନାଏକ ଓ ଅନ୍ତର୍ଯ୍ୟାମୀ ସରାପ ପରିଚାଳନା କରିଥିବା ବେଳେ  ସାହିତ୍ୟ ସଂସଦ ର ପ୍ରତିଷ୍ଠାତା କୁଞ୍ଜ ବିହାରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page