ବଲାଙ୍ଗୀର, ୧୨/୦୪/୨୫: ବଲାଙ୍ଗିର ସହର ସ୍ଥିତ ଆଦିତ୍ରୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ସୁଦପଡା ନସିଂ ସ୍କୁଲରେ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଦିତ୍ରୀ ନସିଂ ଅନୁଷ୍ଠାନର ଅଧ୍ୟକ୍ଷା ଆର୍. ଝାନସିଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ବଲାଙ୍ଗୀର ଡ଼ା

କୁବେର ଚନ୍ଦ୍ର ମହନ୍ତ ଯୋଗ ଦେଇ ତ୍ୟାଗପୁତ ସେବା ପାଇଁ ଆହ୍ୱାନ ଦେଇଥିଲେ । ନର୍ସିଂ ଉପଦେଷ୍ଟା ତଥା ପୂର୍ବ ପ୍ରଶାସନିକ ଅଧିକାରୀ ଡା. ସିଦ୍ଧେଶ୍ୱର ମିଶ୍ର, ସରକାରୀ ଏଏନ୍ଏମ୍ ସ୍କୁଲ ଟ୍ୟୁଟର ସନ୍ତୋଷିନୀ ସ୍ୱାଇଁ ଓ ଅଞ୍ଜଳି ବାରିକ, ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ର, ଅଧ୍ୟକ୍ଷା ଆର.ଝାନସି ମଂଚାସିନ ଥିଲେ । ଅତିଥିଗଣ ଆଦର୍ଶ ସେବିକା ଓ ନିଷ୍ଠାପର ଭାବେ ସେବା କରିବାକୁ ପରାମର୍ଶମାନ ଦେଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବ ରେ ୪୯ ଜଣ ଛାତ୍ରୀ ଛାତ୍ର ଉତ୍ତମ ସେବିକା ଓ ସେବକ ହେବାକୁ ଶପଥ ନେଇଥିଲେ । ଅଧ୍ୟାପିକା ଅନ୍ୱେଷା ମିଶ୍ର , ପୂଜାରାଣୀ କୁଅଁର ଓ ସୁଜାତା ମିର୍ଦ୍ଧା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ନସିଂ ସ୍କୁଲ ଅଧ୍ୟକ୍ଷା ଆର. ଝାନସି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l