ବହୁ ଚର୍ଚ୍ଚିତ ମନୋଜ ହତ୍ୟାକାଣ୍ଡ, ଭୁବନେଶ୍ୱରରୁ ଅଭିଯୁକ୍ତ ବିଜୁ ସେଠ ଗିରଫ

ବଲାଙ୍ଗୀର: ବଲାଙ୍ଗିର ଗତ ଅପ୍ରେଲ ୧୩ ତାରିଖରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ସଂଧ୍ୟାରେ ମନୋଜ ନାଏକ ନାମକ ଜଣେ ବ୍ୟବସାୟୀକୁ ହାଣି ହତ୍ୟା କରାଯାଇଥିଲା । ସେହି ଘଟଣାରେ ଅଭିଯୁକ୍ତଥିବା ବିଷ୍ଣୁମୁଣ୍ଡା ଗାଁର ବିଜୁ ସେଠକୁ ଘଟଣାର ୯ଦିନ ପରେ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ଭୁବନେଶ୍ୱର ବାଲିଅନ୍ତା ଠାରେ ଏକ ନିର୍ମାଣକାରୀ ସଂସ୍ଥାରେ କାମ କରୁଥିବା ବେଳେ ବିଜୁକୁ ପୋଲିସ ଧରିଥିଲା । ପୂର୍ବରୁ ମନୋଜ ସହିତ ବିଜୁର ଶତୃତା ରହିଥିଲା । ମନୋଜର ଜଣେ ସହ ଯୋଗୀକୁ ଆକ୍ରମଣ କରି ବିଜୁ ଜେଲ ଯାଇଥିଲା । ମନୋଜ କୁଆଡେ ବିଜୁକୁ ମାଡମାରିଥିଲା ଓ ଜେଲକୁ ପଠାଇଥିଲା । ସେହି କାରଣରୁ ବିଜୁ ସୁଯୋଗ ଖୋଜି ସେଦିନ ସଂଧ୍ୟାରେ ବିଦ୍ୟୁତ ଚାଲିଯାଇଥିବା ବେଳେ

ମନୋଜକୁ ହତ୍ୟା କରିଥିଲା ବୋଲି ଆଜି ବଲାଙ୍ଗୀର ଏସପି ଅଭିଲାଷ ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏସପି ଅଭିଲାଷ ଜୀ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇ କହିଛନ୍ତି ଯେ,ଘଟଣାଦିନର ସିସିଟିଭି ଫୁଟେଜ ପୋଲିସ ହାତରେ ପ୍ରଥମଦିନରେ ହିଁ ଲାଗିଥିଲା । ଘଟଣାଦିନ ଅନେକ ଲୋକ ହତ୍ୟାକାଣ୍ଡକୁ ସ୍ୱଚକ୍ଷୁରେ ଦେଖିଛନ୍ତି । ଅଭିଯୁକ୍ତ ହତ୍ୟା କଲାପରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଧରି ଗ୍ରାମର ବସ୍ତିଭିତରେ ଯାଇଥିଲା । ପରେ ସେ ବରଗଡ ପାଇକମାଳକୁ ତାର ଜଣେ ସଂମ୍ପର୍କିୟ ଘରକୁ ଚାଲିଯାଇଥିଲା । କିନ୍ତୁ ସେଠାରୁ ସେ ଖସିଯାଇ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳକୁ ଚାଲିଯାଇ ଏକ ଠିକା କାମ କରୁଥିବା ଠିକଦାର ପାଖରେ ଶ୍ରମିକ ଭାବରେ କାମ କରୁଥିଲା । ସୋମବାର ସକାଳେ କେନାଲ ଖଣ୍ଡିରେ ବସିଥିବାବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି । ହତ୍ୟାକାରି ଠାରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରି ସିନ ରିକ୍ରେସନ କରାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଆଜିର ସାମ୍ବାଦିକ ସମ୍ବିଳନୀରେ ସଦର ଏସଡିପିଓ ସରୋଜ ଉପାଧ୍ୟାୟ,ଟାଉନ ଆଇଆଇସି ଅବନୀ ସାହୁ ଉପସ୍ଥିତ ରହିଥିଲେ ।

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page