ବାଲିଗୁଡାରେ ଧୁମ ଧାମରେ ପାଳନ ହେଲା କାନ୍ଦୁଲ ଭଜା ଯାତ୍ରା ଭେଟଘାଟ

ବାଲିଗୁଡା: ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡାଙ୍କ ପୀଠରେ ଧୁମଧାମରେ ପାଳିତ ହୋଇଯାଇଛି କାନ୍ଦୁଲ ଭଜା ଭେଟଘାଟ | ପଶ୍ଚିମ ଓଡିଶାର ନୂଆଖାଇ ଭଳି କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ଉପଖଣ୍ଡରେ ଆଜକୁ ହଜାର ବର୍ଷ ରୁ ଉର୍ଦ୍ଧହେବ ପାରମ୍ପରିକ କାନ୍ଦୁଲ ଭଜାଯାତ୍ରା ପାଳନ ହେଉଥିବା ବେଳେ ଦୁଇବର୍ଷ ହେବ ମାଆ ପାଟ୍ଟଖଣ୍ଡl ଦୁର୍ଗା ପୂଜା ସମିତି ପକ୍ଷରୁ ଦୁଇ ବର୍ଷ ହେବ ଏହି ଭେଟଘାଟ କାର୍ଯ୍ୟକ୍ରମ କରିଆସୁଛି l କାନ୍ଦୁଲ ଭଜା ଯାତ୍ରା ଏକ କୃଷି ଭିତ୍ତିକ ଗଣପର୍ବ ଅଟେ l ଏହି ଯାତ୍ରା ଫଗୁଣ ମାସ କୃଷ୍ଣ ପକ୍ଷରେ ପାଳିତ ହୁଏ l ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମାଆ ପାଟ୍ଟ ଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି ଏହା ମଧ୍ୟ ଲୋଳ ପର୍ବ ନାମରେ ପରିଚିତ | ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ମଙ୍ଗଳବାର ଦିନରେ ବାଲିଗୁଡାରେ ପ୍ରଚଳିତ ରୀତିନୀତି ଅନୁସାରେ ଯାତ୍ରା ଆୟୋଜିତ ହୋଇ ଯାଇଥିବା ବେଳେ ଗୁରୁବାର ଦିନ ମାଆ ପାଟ୍ଟଖଣ୍ଡାଙ୍କ ନିକଟରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ପୁରୁଣା ସାହି ରାଜା ଅରୁଣ ପାତ୍ର ଓ ନୂଆସାହି ଯୁବରାଜ ପ୍ରଶାନ୍ତ ପାତ୍ରଙ୍କ ସହିତ ଅଠର ମୁଠାମୁଖ୍ୟ ରାଜ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ ପାଟ୍ଟପଟୁଆର ପାରମ୍ପରିକ ବାଦ୍ୟର ତାଳେ ତାଳେ ତାଳେ ହଜାର ହଜାର ଗ୍ରାମବାସୀଙ୍କୁ ଧରି ମାଆଙ୍କ ନିକଟରେ ପହଞ୍ଚିଥିଲେ l ଦୁଇରାଜାଙ୍କୁ ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା | ବାଲିଗୁଡା ପାତ୍ର ରାଜା ଅରୁଣ ପାତ୍ରଙ୍କ ପୁରୁଣା ସାହି ବାସଭବନ ଠାରେ ଅଠର ଟି ମୁଠା ମୁଖିଆ କୁ ପାରମ୍ପରିକ ବାଦ୍ୟରେ ସ୍ୱାଗତ କରିଥିଲେ ଗ୍ରାମବାସୀ | ପରେ ମୁଠା ମୁଖ୍ୟ ମାନଙ୍କ ଉପସ୍ଥିତି ରେ ବାଲିଗୁଡା ରାଜାଙ୍କୁ ମଞ୍ଚରେ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜରାଯାଇ ଥିଲା | ବାଲିଗୁଡା ରାଜା ଅରୁଣ ପାତ୍ର ପଟୁଆର ରେ ବାହାରି ବିଭିନ୍ନ ମନ୍ଦିର ଦର୍ଶନ କରି ଭେଟଘାଟକୁ ସମସ୍ତ ଗ୍ରାମବାସୀ ଓ ମୁଠା ମୁଖିଆଙ୍କ ସହିତ ଶୋଭାଯାତ୍ରାରେ ମା ପାଟଖଣ୍ଡା ମନ୍ଦିର ଯାଇଥିଲେ | ସେହିପରି ନୁଆସାହି ଯୁବରାଜ ପ୍ରଶାନ୍ତ ପାତ୍ର ପଟୁଆରରେ ଗ୍ରାମବାସୀଙ୍କ ଗ୍ରହଣରେ ବିରାଟ ଶୋଭାଯାତ୍ରାରେ ଆସି ମା ପାଟଖଣ୍ଡା ମନ୍ଦିରରେ ପହଁଚି ଥିଲେ | ମା ପାଟଖଣ୍ଡାଙ୍କୁ ଉଭୟ ପାତ୍ର ରାଜା ପୂଜାଅର୍ଚନା କଲାପରେ ଭେଟଘାଟ ହୋଉ ଥିଲା | ଦୁର୍ଗା ପୂଜା ସମିତି ପକ୍ଷରୁ କାନ୍ଦୁଲ ଭଜା ଭେଟ ଘାଟରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଡ଼ିଏଫ ଓ ବିଶ୍ୱରାଜ ପଣ୍ଡା, ସଭାପତି ଲଳିତ ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ଭୀମସେନ ବିନ୍ଧାଣୀ, ଉପସ୍ଥିତର ରହି ମାଆ ପାଟ୍ଟଖଣ୍ଡାଙ୍କ ଐତିହାସିକ କିମ୍ବଦନ୍ତୀ କାନ୍ଦୁଲ ଭଜାଯାତ୍ରାର ମହତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ | ପରେ ମା ପାଟଖଣ୍ଡା ଦୁର୍ଗା ପୂଜା ସମିତି ପକ୍ଷରୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page