ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡକ୍ଟର ତନ୍ମୟ ତ୍ରିପାଠୀ ଙ୍କ ତତ୍ୱାବଧାନରେ ବିଶ୍ଵ ଯକ୍ଷ୍ମା ଦିବସ (24 mar 2024)ପାଳନ କରାଯାଇଥିଲା | TB supervisor, PHEO, CHO,ANM, ଆଶା, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ଆଲୋଚ୍ୟର ବିଷୟ TB କଣ ପାଇଁ ହୁଏ, କାହିଁକି ସଂକ୍ରମିତ ହୁଏ ଓ ସଂକ୍ରମଣକୁ ରୋକିବା ପାଇଁ କଣ କରାଯିବ ଲୋକମାନଙ୍କୁ ଅବଗତି କରାଗଲା | ଯଦି ଜଣେ ବ୍ୟକ୍ତିଙ୍କୁ କାଶ, କଫ ଗୋଟେ ସପ୍ତାହ ରୁ ଅଧିକ ହେଉଛି ଅନେକ ଔଷଧ ଖାଇବା ପରେ କମିବାନି ତେବେ କଫ ପରୀକ୍ଷା କରାଯିବ ସେହି ବ୍ୟକ୍ତିକୁ ୨ ପ୍ରକାର ପରୀକ୍ଷା କରାଯିବ ପ୍ରଥମେ ସ୍ଲାଇଡ଼ ପରୀକ୍ଷା ଦ୍ୱିତୀୟରେ ଟ୍ରୁନାଟ ମେସିନ ରେ ପରୀକ୍ଷା କରାଯିବା ପରେ ଜୀବାଣୁ ଥିଲେ ଯକ୍ଷ୍ମା ରୋଗୀ ଚି଼ହ୍ନଟ ହୋଇପାରିବ | ରୋଗୀ ର ତୁରନ୍ତ ଚିକିତ୍ସା କରାଯିବ ଏହି ଯକ୍ଷ୍ମା ରୋଗ ପାଇଁ ପ୍ରତେକ ସରକାରୀ Sub center ମାନଙ୍କରେ ଚିକିତ୍ସାର ସୁବିଧା ରହିଛି ୬ ମାସ ଦୈନିକ ସମୟାନୁସାରେ ଔଷଧ ସେବନ କରିବେ ଯଦି ଔଷଧ ଠିକ ରେ ନଖାଇବେ ତେବେ MDR TB ହେଇପାରେ ଏହି ଜୀବାଣୁ ସମସ୍ତଙ୍କ ପାଖକୁ ବ୍ୟାପିଯାଏ | ନିୟମିତ ଔଷଧ ବ୍ୟବହାର କରିବା ଦରକାର, ଓ ରୋଗୀର କଫ ପକେଇବାପାଇଁ kit ବ୍ୟବହାର କରି କଫ ପକେଇବାକୁ ଦିଆଯାଏ kit ଡବା ଫୁଲ୍ ହେଲେ ଦୂର ରେ ଗତ ଖୋଳି ପକେଇବେ ତାପରେ ପରିଷ୍କାର କରି ପୁନର୍ବାର ବ୍ୟବହାର କରିବେ ଓ ମାସ୍କ ମଧ୍ୟ ପିନ୍ଧିବେ ଯଦ୍ୱାରା ଅନ୍ୟ ମାନଙ୍କୁ TB ହେବାର ସମ୍ଭାବନା କମ୍ ହେବ | TB (ଯକ୍ଷ୍ମା ) ରୋଗ ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ସଚେତନ କରାଯିବା ସହ ୨୦୨୫ ମସିହା ସୁଦ୍ଧା TB (ଯକ୍ଷ୍ମା ରୋଗ ) ମୂଳପୋଛ କରିବା ପାଇଁ ଶପଥ ଗ୍ରହଣ କରାଗଲା ଏବଂ INDIA ଜିତିବ TB ହାରିବ ଏହି ବର୍ଷର ଶୀର୍ଷକ ଥିଲା ସବିଶେଷ ଆଲୋଚନା କରାଯାଇ ସଭା ସାଙ୍ଗ କରାଗଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page