ବିଜେଇଏମ୍ ସ୍କୁଲ-୨ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ – ୨ର ଦଶମ ଓ ଦ୍ବାଦଶ ଶ୍ରେଣୀର ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ୯୦% ରୁ ଅଧିକ ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀତ୍ଵ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ମହୋଦୟଙ୍କର ପ୍ରେରଣାମୂଳକ ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂତନ ଜୀବନର ପ୍ରାରମ୍ଭର ଆହ୍ୱାନ ଦେଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା, ସହ ପରିଚାଳକ ଅନୁପ ପଟ୍ଟନାୟକ, ଅଧକ୍ଷ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ ଓ ଉପାଧ୍ୟକ୍ଷ ଡଃ ମନୋରଞ୍ଜନ ବେଜ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କର ଏହି ବଡ଼ସଫଳତା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବହୁ ପ୍ରଶଂସା କରିଥିଲେ । ବିଶେଷ କରି ସଭାପତି ଶ୍ରୀଯୁକ୍ତ ମିଶ୍ର, ପରିଚାଳକ ଶ୍ରୀଯୁକ୍ତ ଜେନା ଏବଂ ଅଧ୍ଯକ୍ଷଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କର ମନରେ ନୂତନ ସ୍ବପ୍ନର ସମ୍ଭାବନା ସୃଷ୍ଟି କରିଥିଲା । ୯୦% ରୁ ଉର୍ଦ୍ଧ ନମ୍ବର ରଖିଥିବା ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀର ୭୧ ଜଣ କୃତୀତ୍ଵଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସ୍ମାରକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପରେ ବିଭିନ୍ନ ବିଷୟରେ ୧୦୦ ରୁ ୧୦୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଆଣିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଅଭିଭାବକ ମାନଙ୍କର ଉପସ୍ଥିତି, ସହ‌ଯୋଗ ଏହି ଉତ୍ସବକୁ ବେଶ୍ ସାଫଲ୍ୟ ମଣ୍ଡିତ କରିପାରିଥିଲା । ଶେଷରେ ସମସ୍ତ ଅତିତି ମନଙ୍କୁ ଡ. ଶୁଭଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page