ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି। ଗତକାଲି ବିଳମ୍ବିତ ରାତିରେ ଅନ ଲାଇନରେ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ। ଆସନ୍ତା କାଲି ଵିଦ୍ଧିବଦ୍ଧ ଭାବରେ ସମର୍ଥକଙ୍କ ସହିତ ଯୋଗଦେବେ ଭାରତୀୟ ଜନତା ପାର୍ଟିରେ। ୨୦୦୯ରେ ବିଜେପି ଛାଡି ବିଜେଡିକୁ ଆସିଥିଲେ ଡ ଢ଼ାଲି। ଡ. ଅରବିନ୍ଦ ଢ଼ାଲୀ ଜଣେ ଦକ୍ଷ ରାଜନୈତିଜ୍ଞ ହୋଇଥିବାବେଳେ ବିଜେଡିରେ ସେ ବହୁ ବର୍ଷ ନିଜର କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି । ଏହାସହିତ ସେ ନିଜର ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ କରିଥିବା ନଜିର ରହିଛି । ତେବେ ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଉଥିବା ଜଣାପଡିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page