ବେତନଟୀ: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବେତନଟୀ ବରିଷ୍ଠ ନାଗରିକସଂଘ ଓ ବେତନଟୀ ବାର ଏସୋସିଏସନ ପକ୍ଷରୁ ଆଜି ପାଳିତ ହୋଇଯାଇଛି । ବେତନଟୀ ବରିଷ୍ଠ ନାଗରିକସଂଘ ପକ୍ଷରୁ ସଂଘର ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନା ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ହିମାଂଶୁ କୁମାର ପରିଡା ମୁଖ୍ୟ ଅତିଥ ଭାବେ ଯୋଗଦାନ କରି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

କରିଥିଲେ । ଏହି ଅବସରରେ ବରିଷ୍ଠନାଗରିକ ସଂଘ ପକ୍ଷରୁ ବେତନଟୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଶୁଖୁଲାଖାଦ୍ୟ ସାଙ୍ଗକୁ ଫଳ, ବିସ୍କୁଟ ବଣ୍ଟନ କରାଯାଇଥିଲା । ଆଜିର କାର୍ଯ୍ୟ କ୍ରମରେ ପ୍ରାକ୍ତନ ପ୍ରାଧ୍ୟାପିକା ସଂଯୁକ୍ତା ଜୀ, ସହଦେବ ଗିରି, ନୀଳକଣ୍ଠ ବଳା, ରବୀନ୍ଦ୍ର ମିଶ୍ର, ରବୀନ୍ଦ୍ର ଖଟୁଆ, ବିଜୟ ଦ୍ଵିବେଦୀ, ସବିତା ମହାନ୍ତି, ସରିତା ପରିଡା, ସୁକେଶ ମିଶ୍ର, ଅନ୍ତର୍ଯ୍ୟାମୀ ମହାପାତ୍ର, କୈଳାଶଚନ୍ଦ୍ର ନାୟକ, ଗୌତମ ବେହେରା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିଭଳି ବେତନଟୀ ବାର ଏସୋସିଏସନର ସଭାପତି ଦେବବ୍ରତ ପରିଡାଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ବାର ଏସୋସିଏସନର କାର୍ଯ୍ୟକର୍ତ୍ତା ଓ ସଦସ୍ୟଗଣ ବେତନଟୀ ବଜାର ଚଣ୍ଡୀଛକସ୍ଥିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ । ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ବତନ୍ତ୍ର ଓଡିଶା ପ୍ରଦେଶ ତଥା ଓଡିଆ ଭାଷା, ସାହିତ୍ୟ ପ୍ରତି ଥିବା ଅତୁଳନୀୟ ଅବଦାନ ସନ୍ଦର୍ଭରେ ସମ୍ୟକ ଆଲୋଚନା କରିଥିଲେ। ଏହି ଅବସରରେ ବାର ଏସୋସିଏସନର ସମ୍ପାଦକ ପ୍ରବୀର ବାରିକ, ଉପସଭାପତି ରବିନାରାୟଣ ମହାପାତ୍ର, ମନୋଜ ଦଳେଇ, ରଣଜିତ ଗନ୍ତାୟତ, ଲମ୍ବଦୋର ନାୟକ, ଦୁଃଖୀଆ ମୁର୍ମୁ, ସଞ୍ଜୟ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।