ବେତନଟୀରେ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ

ବେତନଟୀ: ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସରେ ବେତନଟୀର ବିଭିନ୍ନ ସ୍ଥାନରେ ସ୍ଥାପିତ ମହାପୁରୁଷ ବା ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତିକୁ ଧୋଇବା ସହ ସେମାନଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଏବଂ ଧୂପଦୀପଦାନ ଆଦି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମାଜସେବୀ ରବୀନ୍ଦ୍ର ନାଥ ମିଶ୍ର ଓ ଅରୁଣ କୁମାର ଓତାଙ୍କ ସଂଯୋଜନରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ,ସଦସ୍ୟାଗଣ ପ୍ରାତଃକାଳରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ପଦ୍ମମାଳୀ ମହିଳା ସଂଗଠନ, ମୟୁର ସାହିତ୍ୟ ସଂସଦ, ଏମ: ପି.ସି. ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଅନ୍ୟତମ । ଏତଦ୍ ବ୍ୟତୀତ ପ୍ରଧାନଶିକ୍ଷକ ଅର୍ଜୁନ ସିଂ, ତପନ କୁମାର ପରିଡା, ବାପି ପରିଡା, ଡଃ ସିପୁନ ପଣ୍ଡା, ମହେଶ୍ୱର ପଣ୍ଡା, କୁଶଧର ବେହେରା, ଜ୍ଞାନରଞ୍ଜନ ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ । ବେତନଟୀ ବଜାର ପରିକ୍ରମାରେ ଯାଇ ଚଣ୍ଡୀଛକସ୍ଥିତ ମଧୁସୂଦନ ଦାସ, ହାଟଛକରେ ସୁଭାଷ ଚନ୍ଦ୍ର ବୋଷ, ଡାକ୍ତରଖାନା ପରିସରରେ ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଜୀ, ବଙ୍ଗଳାଛକରେ ପ୍ରସନ୍ନ କୁମାର ଦାଶ, ବାହାନଡା ଛକରେ ଗୋପବନ୍ଧୁ ଦାସ, ଏମ ପି ସି ଉଚ୍ଚ ବିଦ୍ୟାଳୟ ପରିସରରେ ଶରତ ଚନ୍ଦ୍ର ଦାସ ଆଦିଙ୍କ ପ୍ରତିମୂର୍ତ୍ତି ଧୋଇବା ସହ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ବେତନଟୀ ଉପକଣ୍ଠ ମହୁଲିଆଠାରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା 

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page