ବ୍ରାହ୍ମଣୀଗାଁ ପୋଲିସ ର ବଡ ସଫଳତା: ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ

ଦାରିଙ୍ଗବାଡ଼ି,୯।୨: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା , ୨୮୦ କିଲୋ ଗଞ୍ଜେଇ ସହ ଗୋଟିଏ ମିନିଟ୍ରକକୁ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ସମ୍ପୃକ୍ତ ଆସାମୀ ଫେରାର ଥିବା ଜଣା ପଡ଼ିଛି।
ସୂଚନାନୁଯାୟୀ, କୌଣସି ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଉଲିପଦର ଗାଁ ଶେଷ ମୁଣ୍ଡରେ ଚଢ଼ାଉ କରିଥିଲା। ହେଲେ ଗଞ୍ଜେଇ ଚାଲାଣକାରୀ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ମିନିଟ୍ରକ୍‌ ସହ ୮ ବସ୍ତା ଗଞ୍ଜେଇକୁ ଜବତ କରିଥଲା। ରବିବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ସବରଙ୍କ ଉପସ୍ଥିତିରେ ବ୍ରାହ୍ମଣିଗାଁ ଥାନା ପରିସରରେ ଉକ୍ତ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରାଯିବାରୁ ଏହା ୨୮୦ କିଲୋର ଗଞ୍ଜେଇ ବୋଲି ଜଣାପଡିଛି।ଏନେଇ ବ୍ରାହ୍ମଣିଗାଁ ଥାନାରେ ଏନଡିପିଏସ ଆକ୍ଟ ୧୬/୨୫ ରେ ମାମଲା ରୁଜୁ କରାଯାଇଥିବା ବେଳେ ଚମ୍ପଟ ମାରିଥିବା ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ପୋଲିସ ଖୋଜୁଥିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ବିଜୟ କୁମାର ହାଇବୁରୁ କହିଛନ୍ତି। ଏହି ଚଢ଼ାଉ ସମୟ ରେ ଥାନା ଉପ ଆରକ୍ଷୀ ଅମରେନ୍ଦ୍ର ସୁବୁଦ୍ଧି, କନଷ୍ଟେବଳ କିଶାନ କୁମାର ନାୟକ ସମେତ ସୁରକ୍ଷା କର୍ମୀ ଓ ଗୃହରକ୍ଷୀ ମାନେ ସାମିଲ ହୋଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page