ଭଦ୍ରକ: ବିଜ୍ଞାପନ ସଂଖ୍ୟା ୧୪/୨୦୨୩ ଅନୁସାରେ ଯୋଗ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା, କିନ୍ତୁ ଏଯାବତ ଯୋଗ ଶିକ୍ଷକମାନେ ନିଯୁକ୍ତି ପାଇପାରିଲେନାହିଁ I କାରଣ ପ୍ରତ୍ୟେକ ଥର କିଛିନା କିଛି ବିବାଦ ମୁଣ୍ଡ ଟେକୁଛି I ଯେପରି ପ୍ରଥମେ ବିନା ସାକ୍ଷାତକାରରେ ନିଯୁକ୍ତି ଦେବା ପାଇଁ ପ୍ରଚେଷ୍ଟା କରାଯାଇଥିଲା, ପରେ ଯୋଗ ଶିକ୍ଷକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ପରେ ସାକ୍ଷାତକାରରେ ବ୍ୟବସ୍ତା କରାଗଲା, ପୁଣି ସ୍କିଲ ଇଣ୍ଡିଆରୁ ସାର୍ଟିଫିକେଟ ଦେଇଥିବାରୁ କିଛି ପିଲାଙ୍କୁ ନାକଚ କରାଯାଇଥିଲା I ସେମାନେ ଜିଲ୍ଲାପାଳଙ୍କୁ ଗୁହାରି କଲା ପରେ ସେମାନଙ୍କୁ ଗ୍ରହଣ କରାଯାଇଥିଲା ! ଏହିପରି ଭାବେ ଦୀର୍ଘ ଦୁଇ ବର୍ଷ ବିତିଗଲା ପରେ ଏବେ ୧୪୧ ଜଣ ପିଲାଙ୍କୁ ଡାକି କାଉର୍ସିଲିଙ୍ଗ କରାଯାଇଥିଲା କିନ୍ତୁ ଏଥିରେ

ବି ଦୁର୍ନୀତି ଗନ୍ଧ ଯୋଗ ଶିକ୍ଷକମାନେ ପାଇଥିଲେ I ଯେପରି କି – କ୍ରମିକ ସଂଖ୍ୟା ୧ ରୁ ୧୪୧ଜଣ ଯୋଗ ଶିକ୍ଷକଙ୍କ ସାରଣୀ କିପରି କରାଗଲା ତାହାର କିଛି ସୂଚନା କାହା ପାଖରେ ନାହିଁ I ୧ ରୁ ୨୦ ଜଣ ଶିକ୍ଷକମାନଙ୍କୁ ଦୁଇଗୋଟି ଡାକ୍ତରଖାନା କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ସହ ଯୋଗ ଶିକ୍ଷକ ମାନଙ୍କ ଅତି ନିକଟବର୍ତି ସ୍ତାନରେ ପ୍ରଦାନ କରାଯିବା ସ୍ଥଳେ ଅନ୍ୟ ମାନକୁ ଦୀର୍ଘ୍ୟ ୭୦କିଲୋମିଟର ରୁ ୧୦୦କିଲୋମିଟର ଦୂରରେ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବା ସହିତ ଗୋଟିଏ ଲେଖାଏଁ ଡାକ୍ତରଖାନା ପ୍ରଦାନ କରାଯାଇଛି ! ଯାହା ଫଳରେ ସେମାନଙ୍କ ଦରମା ମାସିକ ୪୮୦୦/- ଥିବାରୁ ସେମାନେ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ! ତେଣୁ ସମସ୍ତେ ଅସନ୍ତୁଷ୍ଟ ହୋଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ! ସମସ୍ତ ଯୋଗ ଶିକ୍ଷକମାନଙ୍କ କହିବା କଥା କି, କିଛି ଲାଞ୍ଚ ଆଶାରେ ଏପରି କରାଯାଇଛି I ତେଣୁ ଏହାକୁ ବିଚାର କରି ସ୍ଵଚ୍ଛତା ଅବଲମ୍ବନ କରାଯାଉ I