ମା ଶୀତଳା ଯୁବ ପରିଷଦ ଆନୁକୁଲ୍ୟରେ ସରସ୍ଵତୀଙ୍କ ପୂଜା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତର ଖୁରାଣ୍ଟ, ବାଲିତୁଠ ର ମା ଶୀତଳା ଯୁବ ପରିଷଦ ଆନୁକୁଲ୍ୟରେ ସରସ୍ଵତୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଉପଲକ୍ଷେ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ୫ ଗୋଟି ଡାନ୍ସ ଗ୍ରୁପ ଭାଗନେଇଥିଲେ । ମା ଶୀତଳା ଡାନ୍ସ ଗ୍ରୁପ, ରାଧାକୃଷ୍ଣ ଡାନ୍ସ ଗ୍ରୁପ, ମା ସରସ୍ଵତୀ ଡାନ୍ସ ଗ୍ରୁପ, ଜଗନ୍ନାଥ ଡାନ୍ସ ଗ୍ରୁପ ଏବଂ ଷ୍ଟାର୍ ଡାନ୍ସ ଗ୍ରୁପ । ଏହି ପ୍ରତିଯୋଗିତାରେ ସରସ୍ଵତୀ ଡାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ । ରାଧାକୃଷ୍ଣ ଡାନ୍ସ ଗ୍ରୁପ ଦିତୀୟ ସ୍ଥାନ ଓ ମା ଶୀତଳା ଡାନ୍ସ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସମାଗମ ହୋଇଥିଲେ । ଏହି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅମଲ କୁମାର ସାସମଲ. ଏହି କାର୍ଯ୍ୟକ୍ରମରେ ସୁବାସ ବର, ଗଣେଶ ସାମନ୍ତ, ଗୌରାଙ୍ଗ ବର, ଦିବାକର କୁଅଁର ଅତିଥି ଭାବରେ ଯୋଗଦେଇଥିଲେ । ସଭାପତି ମୁରଲିଧର ସାମନ୍ତ ଙ୍କ ଅଧ୍ୟକ୍ଷତାରେ ଏହି ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ପରିଷଦର ସଭ୍ଯ ଲୋକନାଥ ମାଲ୍, ରାଜିବ, ଧର୍ମେନ୍ଦ୍ର, ରାକେଶ, ରାଜେଶ, ଅଭିରାମ, ପ୍ରସାଦ, ଆକାଶ, ଅଶୋକ, ପ୍ରହଲ୍ଲାଦ, ରାମଚନ୍ଦ୍ର, ଦିପକ ଏବଂ ରାଜେନ୍ଦ୍ର ସାମନ୍ତ, କୁମାର ଲିଟୁ ସହଯୋଗ କରିଥିଲେ I Report: Priyabrat Barik, Utkal bulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page