ମୋଟେରକୁ ବ୍ଲକମାନ୍ୟତା ଦାବି ନେଇ ପ୍ରସ୍ତୁତି ବୈଠକ

କୋକସରା (ଚକ୍ରଧର ବେଶ୍ରା): ମୋଟେରକୁ ନୂତନ ବ୍ଲକ ମାନ୍ୟତା ନେଇ ଦାବି ଉଠିଛି। ଏ ନେଇ ରବିବାର ମୋଟେର ପୂର୍ତ୍ତ ବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ବ୍ଲକକୁ ବିଭାଜନ କରି ସରକାର ନୂତନ ବ୍ଲକ ଗଠନ ସମ୍ପର୍କୀୟ ଖବର ପ୍ରଚାର ହେବା ପରେ ଏବେ ଅନେକ ପଂଚାୟତ ବ୍ଲକ ମାନ୍ୟତା ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କୋକସରା ବ୍ଲକ ୨୨ ଟି ପଞ୍ଚାୟତ ଓ ୩ ଟି ଜିଲାପରିଷଦ ଜୋନକୁ ନେଇ ଗଠିତ। ସେଥି ମଧ୍ୟରୁ ମୋଟେର ଜୋନ ରେ ୭ ଟି ପଞ୍ଚାୟତ ଥୂବା ବେଳେ , ମୋଟେର, ଡହ ଗାଁ, ମୂଷାପାଲି ଖୁଣ୍ଟିଆ, ଡାଲଗୁମା, ଫୁପ ଗାଁ, କାସିବାହାଲ ଆଦି ଅଛି l ୩ ନମ୍ବର ଜୋନ ର ମୁଖ୍ୟ ପେଣ୍ଠସ୍ଥଳୀ ହେଉଛି ମୋଟେର l ମୋଟେର ଜାତୀୟ ରାଜପଥ ୨୬ ର ମୁଖ୍ୟ ଛକ ଏହି ଭାୟା ଦେଇ ଲୋକେ ଭବାନୀପାଟଣା, ଜୟପୁର, ମୂଖିଗୁଡା, ଚାନ୍ଦାହାଣ୍ଡି ଯାତାୟତ କରିଥାନ୍ତି I ଏଠାରେ ପୋଲିସ ଫାଣ୍ଡି, ବ୍ୟାଙ୍କ ଆଦି ରହିଛି। ଏଠାରେ ନୂତନ ବ୍ଲକ କଲେ ଜନସାଧାରଣ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆଜି କମିଟିର ଆବାହକ ପଦ୍ମ କିଶୋର ପୁଝାରୀଙ୍କ ସଭାପତିତ୍ୱ ରେ ପୂର୍ବତନ ମୋଟେର ସରପଞ୍ଚ ଇଂ ସୁଶିଳ କୁମାର ଶବର, ଦେବେନ୍ଦ୍ର ପାଟ୍ଟଯୋଶୀ, ରୋହନ ପାଟ୍ଟଯୋଶୀ, ସୁବ୍ରତ ପାଟ୍ଟଯୋଶୀ, ନବ କିଶୋର ଦାସ, ବୈଦ୍ୟନାଥ ପାଟ୍ଟଯୋଶୀ, ଗୋବିନ୍ଦ ପାନ, ମଦନ ନାଏକ, ନୀଳକଣ୍ଠ ମାଝୀ, ହେମନ୍ତ ପୁଝାରି, ପ୍ରଭାକର ବେହେରା, ମାର୍କଣ୍ଡ ବେମାଲ, ଗଜାନନ ନିଆଳ, ମଣିଭଦ୍ର ପଣ୍ଡା, କୁରୁକ୍ଷେତ୍ର ବେହେରା,ପୁରୁଷୋତ୍ତମ ସିଂ, ଲକ୍ଷ୍ମଣ ନାଏକ, ଶଙ୍କର ପ୍ରସାଦ ସାହୁ, କୁରେଶ୍ୱର ମାଝୀ, ଅଜୟ କୁମାର ଦୀପ, ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଜୟପାଟଣା ବ୍ଲକର ରଣମାଲ, ବଡ଼ ଟେମରୀ, ବାଣ୍ଡି ଗାଁ, ଭେଜୀ ଗୁଡା,ଜୁନାଗଡ଼ ବ୍ଲକର ଚାରଵାହାଳ, କାଲୋପଲା,ମହିଚଲା ର ଶତାଧିକ ଜନସାଧାରଣ ଉପସ୍ଥିତ ରହି ବ୍ଲକ ଦାବୀକୁ ରାଜ୍ୟସରକାରଙ୍କୁ ଦାବୀ ଉପସ୍ଥାପନ କରିବାକୁ ଦାବୀ କରିଛନ୍ତି l ଏହି ଅବସରରେ ସର୍ବ ସମ୍ମତ୍ତି କ୍ରମେ ନୂତନ ବ୍ଲକ ଗଠନ ନେଇ ଏକ କମିଟି ଗଠନ କରାଯାଇଛି। ସଭାପତି ଭାବେ ପଦ୍ମ କିଶୋର ପୁଝାରୀ, ସମ୍ପାଦକ ଭାବେ ରୋହନ ପାଟ୍ଟଯୋଶୀ, କୋଷାଧ୍ୟକ୍ଷ ଭାବେ ଯଶୋବନ୍ତ ପାଟ୍ଟଯୋସୀ ଓ ଅନ୍ୟ କର୍ମକର୍ତାଙ୍କୁ ମନୋନୀତ କରାଯାଇଛି।ଆୟୋଜିତ ବୈଠକରେ ରାମ ନାରାୟଣ ପୁଝାରୀ ମଞ୍ଚ ସଂଯୋଜନା କରିଥିବାବେଳେ ପୁରୁଷୋତ୍ତମ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page