ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’

ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ “ପରାଗ “ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା ଯୁଧିଷ୍ଠିର ସାହୁଙ୍କ ନିର୍ଦ୍ଧେଶନା ଓ ଶକ୍ତି ପ୍ରସାଦ ମିଶ୍ରଙ୍କ ସଂଗୀତରେ ଅନୁଷ୍ଠିତ ଉକ୍ତ ନାଟକଟି ସାମାଜିକ ବାର୍ତ୍ତା ଦେବା ସହିତ ସମାଜ ରେ

କିପରି ସାଧାରଣ ଜନତା ଶୋଷିତ, ଲାଂଛିତ ହେବା ସହିତ ବିକାଶ ଆଜିବି ଅପହଞ୍ଚ ଅଛି l ଘଞ୍ଚ ଜଙ୍ଗଲ ଭିତରେ କଞ୍ଚିଗୁଡା ଗାଁର ରାଜା ରୁଦ୍ର ନାରାୟଣ ସିଂ ଦେଓ ନିଜେ ବିଧାୟକ ତଥା ମନ୍ତ୍ରୀ ହୋଇଛନ୍ତି l ମାତ୍ର ରାସ୍ତା, ବିଜୁଳି, ବିଦ୍ୟାଳୟ କିଛି ନାହିଁ l ଅଧିକାଂଶ ଲୋକ ଦରିଦ୍ର, ଅଶିକ୍ଷିତ l ଏହାର ସୁଯୋଗ ନିଅନ୍ତି, ମନ୍ତ୍ରୀ, ଅଫିସର ଠିକାଦାର ପ୍ରମୁଖ l ଯୁବକ ଅଲକଶ ଚାକିରୀ ନ କରି ଗ୍ରାମର ଉନ୍ନତି ପାଇଁ ବିକାଶ ପାଇଁ, ଅନ୍ୟାୟ, ଅନୀତି ବିରୋଧ ରେ ସଂଗ୍ରାମ ର ଶପଥ ନିଏ l ଗ୍ରାମବାସୀ ଙ୍କ ସମର୍ଥନ ରେ ବିଧାୟକ ବି ହୁଏ l ତଥାପି କିଛି ପରିବର୍ତନ ହୁଏ ନାହିଁ l ଶେଷରେ ଇସ୍ତଫା ଦିଏ l କାର୍ପୋରେଟ ର ଷଡଯନ୍ତ୍ର ରେ ଶିକାର ହୁଏ l ଶେଷରେ ରାଜା ନିଜ ଭୁଲ ବୁଝି ପାରିଛନ୍ତି l ଉକ୍ତ ନାଟକଟି ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିବାର ଲକ୍ଷ୍ୟ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page